ETV Bharat / state

‘ପିହୁ ନମିଳିବା ଯାଏଁ ଧାରଣାରୁ ଉଠିବୁ ନାହିଁ’ - ଉଚ୍ଚ ସ୍ତରୀୟ ତଦନ୍ତ ପିହୁ ପରିବାର

ପିହୁର ଏପର୍ଯ୍ୟନ୍ତ କୌଣସି ଖବର ମିଳୁ ନଥିବାରୁ ପରିବାର ଲୋକେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ପିହୁ ନମିଳିବା ଯାଏଁ ଧାରଣାରୁ ଉଠିବୁ ନାହିଁ; ପିତାମାତା

author img

By

Published : Jan 4, 2021, 8:57 PM IST

ଯାଜପୁର: ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଅଞ୍ଚଳରୁ ନିଖୋଜ ହୋଇଥିବା ଶିଶୁ କନ୍ୟାର ଏଯାଏଁ ପତ୍ତା ମିଳିନାହିଁ । ଘଟଣାକୁ ୫ ମାସ ବିତିବାକୁ ବସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ କୌଣସି ଟେର ପାଇନାହିଁ । ଏହାର ପ୍ରତିବାଦ କରି ଆଜି(ସୋମବାର) ପିହୁର ପରିବାର ଲୋକେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।

ପିହୁ ନମିଳିବା ଯାଏଁ ଧାରଣାରୁ ଉଠିବୁ ନାହିଁ; ପିତାମାତା
ପିହୁ ନମିଳିବା ଯାଏଁ ଧାରଣାରୁ ଉଠିବୁ ନାହିଁ; ପିତାମାତା

ଘଟଣାର କୌଣସି ତଦନ୍ତ ଆଗକୁ ବଢ଼ୁନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି ପରିବାର ଲୋକେ । ପିହୁ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଜିଦ ଧରିଛନ୍ତି ପିହୁର ପରିବାର ଲୋକେ । ଆବଶ୍ୟକ ପଡିଲେ ଆଗକୁ ନବୀନ ନିବାସ ଯିବାକୁ ପଛାଇବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ପିହୁ ନିଖୋଜ ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଶିଶୁ ସୁରକ୍ଷା ଆୟୋଗ ଘଟଣାର ଅନୁଧ୍ୟାନ କରି ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ, ଏପର୍ଯ୍ୟନ୍ତ ପିହୁର ପତ୍ତା ନମିଳିବା ବିଂଝାରପୁର ପୋଲିସର ଅପାରଗତା ସ୍ପଷ୍ଟ ଜଣା ପଡୁଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.