ETV Bharat / state

ରାସ୍ତାକଡ଼ରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

author img

By

Published : Jun 26, 2021, 11:00 PM IST

ଯାଜପୁର ପୀର ବାବାଙ୍କ ରାସ୍ତା ସମ୍ମୁଖ ରାସ୍ତାକଡରୁ ଏକ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ରାସ୍ତାକଡ଼ରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ରାସ୍ତାକଡ଼ରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ କୋଦଣ୍ଡପୁର ପୀର ବାବାଙ୍କ ସମ୍ମୁଖ ରାସ୍ତାକଡ଼ରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ସନ୍ଦିଗ୍ଧ କଳା ପଲଥିନକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

ରାସ୍ତାକଡ଼ରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଆଜି(ଶନିବାର) ସନ୍ଧ୍ୟା ସମୟରେ ଏକ କଳା ପଲିଥିନରେ କେହି ଦୁର୍ବୃତ୍ତ ଶିଶୁ କନ୍ୟାକୁ ଗୁଡେଇ ଦେଇ ରାସ୍ତା କଡରେ ଫିଙ୍ଗି ଦେଇଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା ।

ତେବେ ଏହି ଶିଶୁକନ୍ୟା କାହାର ସେ ସମ୍ପର୍କରେ ଜଣାପଡିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.