ETV Bharat / state

‘ଫନି’ ନେଇଗଲା ଚାଷ ଓ ବାସ - jajpur

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମାରୁଟିକର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁର୍ଦ୍ଦଶା । ବାତ୍ୟା ଓ ବର୍ଷା ପବନରେ ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଇଛି । ଗାଁ ମୁଣ୍ଡ ପାଟରେ କରିଥିବା ଧାନ ଓ ବିଭିନ୍ନ ପନିପରିବା ଫସଲ ସମ୍ପୂର୍ଣ୍ଣ ରୂପେ ଉଜୁଡି ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : May 9, 2019, 7:19 PM IST

Updated : May 9, 2019, 7:50 PM IST

ଯାଜପୁର: ଫନି ବାତ୍ୟା ଯିବାକୁ ପ୍ରାୟେ ସପ୍ତାହେ ହେଲାଣି । ବାତ୍ୟା ଛାଡି ଯାଇଛି ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଭାଙ୍ଗି ଯାଇଛି ଘର, ଉଜୁଡି ଯାଇଛି ଫସଲ । କାହାର ଚାଷ ଯାଇଛି ତ କାହାର ବାସ ଯାଇଛି । ବିପନ୍ନ ଲୋକମାନେ ଦୁଃଖରେ କାଟୁଛନ୍ତି ଦିନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମାରୁଟିକର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁଃଖ ଦୁର୍ଦ୍ଦଶା । ବାତ୍ୟା ଓ ବର୍ଷା ପବନରେ ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଇଛି । ଗାଁ ମୁଣ୍ଡ ପାଟରେ କରିଥିବା ଧାନ ଓ ବିଭିନ୍ନ ପନିପରିବା ଫସଲ ସମ୍ପୂର୍ଣ୍ଣ ରୂପେ ଉଜୁଡି ଯାଇଛି ।

ବ୍ୟାପକ ଜମିରେ ଧାନ ଫସଲ ପାଣିରେ ବୁଡି ପଚି ନଷ୍ଟ ହୋଇଯାଇଥିବା ବେଳେ ପୋଟଳ, କଲରା, ଭେଣ୍ଡି, କାକୁଡି ଆଦି ପନିପରିବା ସବୁ ନଷ୍ଟ ହୋଇଯାଇଛି । ଏବେ କେବଳ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ ।

ଏତେ ସବୁ କ୍ଷତି ପରେ ବି ବିପନ୍ନଙ୍କୁ ନାଁ ମିଳିଛି ରିଲିଫ୍ ନା ସରକାରୀ ସହାୟତା । କେହି ବି ସରକାରୀ ଅଧିକାରୀ ଏ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି । ସେପଟେ ସମସ୍ତ କ୍ଷୟକ୍ଷତିର ଆକଳନ କରିବା ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ବିଡିଓ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 9, 2019, 7:50 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.