ETV Bharat / state

ଲୁଗା ଧୋଇବାକୁ ଯାଇଥିଲେ ମହିଳା, ବିରୁପା ନଦୀ କୂଳରୁ ଝାମ୍ପି ନେଲା କୁମ୍ଭୀର

author img

By

Published : Aug 16, 2023, 10:20 AM IST

Updated : Aug 16, 2023, 3:44 PM IST

ପୁଣି କୁମ୍ଭୀର ଆକ୍ରମଣରେ ଚାଲିଗଲା ଜୀବନ । ଯାଜପୁର ଜିଲ୍ଲା ବିରୁପା ନଦୀ କୂଳରୁ ଜଣେ ମହିଳାଙ୍କୁ ଟାଣି ନେଇଛି କୁମ୍ଭୀର । ଅଧିକ ପଢନ୍ତୁ

Crocodile drags woman
ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର
ବିରୁପା ନଦୀ କୂଳରୁ ଝାମ୍ପି ନେଲା କୁମ୍ଭୀର

ଯାଜପୁର: ଥମୁନି କୁମ୍ଭୀର ଆକ୍ରମଣ । ମଣିଷଖିଆ କୁମ୍ଭୀର ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଚାଲି ଯାଉଛି । କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଖବର ଆସୁଥିବା ବେଳେ ଏବେ ଯାଜପୁର ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଯାଜପୁର ବୀର ଅମଠପୁରରେ ଜଣେ ମହିଳାଙ୍କୁ ଆଜି(ବୁଧବାର) କୁମ୍ଭୀର ଟାଣି ନେଇଛି । ବିରୁପା ନଦୀରେ ଲୁଗା ସଫା କରୁଥିବା ବେଳେ ମହିଳାଙ୍କୁ ପାଣିକୁ ଟାଣି ନେଇଥିଲା ଛକି ବସିଥିବା କୁମ୍ଭୀର । ଖବର ପାଇ ଅଗ୍ନିଶମବାହିନୀ ଓ ସ୍ଥାନୀୟ ଲୋକ ଖୋଜଖୋଜି କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । କୁମ୍ଭୀର ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଯାଜପୁର ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ହୋଇଛି ବିରୂପା ନଦୀ । ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ନଦୀ କୂଳରେ ବସି ଲୁଗା ସଫା କରୁଥିଲେ । ଏହି ସମୟରେ ଛକି ବସିଥିଲା ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ମହିଳାଙ୍କ ମୁଣ୍ଡ ଓ ଗୋଟିଏ ଗୋଡ଼ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ ଅଧିକାରୀ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । କୁମ୍ଭୀରକୁ କାବୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ମାଆ ଆଗରେ ପୁଅକୁ ଝାମ୍ପି ନେଲା କୁମ୍ଭୀର

ଏହା ବିପଢନ୍ତୁ...ମହିଳାଙ୍କୁ ଟାଣିନେଲା କୁମ୍ଭୀର; କେବେ ଚେତିବ ବନବିଭାଗ ?

ଏହା ବି ପଢନ୍ତୁ...ବ୍ରାହ୍ମଣୀ ନଦୀରୁ ଟିକିଲି ବାବାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା

ପ୍ରକାଶ ଥାଉ କି, ଗତ କିଛି ଦିନ ହେବ କୁମ୍ଭୀର ଆକ୍ରମଣରେ ଅନେକଙ୍କ ମୃତ୍ୟୁ ହୋଇଛି । ଗତ ଜୁନ ମାସରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରେ ଜଣେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପି ନେଇଥିଲା କୁମ୍ଭୀର । ଏହା ପରେ ସେହି ମାସ 21 ତାରିଖରେ ହାତିଆଗଡ଼ି ଗାଁର ଜଣେ ମହିଳା ନାଳରେ ଗାଧୋଇଥିବାବେଳେ କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା । ଗତ ଜୁଲାଇ 28 ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ପଞ୍ଚାୟତ କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠରୁ ଜଣେ ବାବାଙ୍କ କୁମ୍ଭୀର ଟାଣି ନେଇଥିଲା । ମଣିଷଖିଆ କୁମ୍ଭୀର ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି ହେଲେ ବନବିଭାଗ ଚୁପ ବସିଛି । ତେବେ କେବେ ଚେତିବ ବନ ବିଭାଗ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଯାଜପୁର

Last Updated : Aug 16, 2023, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.