ETV Bharat / state

ସୁକିନ୍ଦା ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : May 29, 2022, 8:46 AM IST

ସୁକିନ୍ଦାର ପୂର୍ବତନ ତହସିଲଦାରଙ୍କ ନାମରେ ମାମଲା ରୁଜ୍ଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତ୍ତନ ତହସିଲଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜ୍ଜୁ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୂଚନା ମୁତାବକ ଗତ କିଛି ମାସ ତଳେ କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ଏକ ଠିକା ସଂସ୍ଥାର ୩ଟି ବାଲି ବୋଝେଇ ଟ୍ରକକୁ ଅଟକ ରଖିଥିଲେ ତତ୍କାଳୀନ ତହସିଲଦାର କାବେରୀ ମୁଦୁଲି । ପରେ ବାଲି ପରିବହନ ନେଇ ସମସ୍ତ କାଗଜପତ୍ର ଠିକ୍ ଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ସମ୍ପୃକ୍ତ ଠିକା ସଂସ୍ଥା ।

ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା ରୁଜ୍ଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ତେବେ ଶନିବାର ଏହି ମାମଲାର ଶୁଣାଣି କରି ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରି ଏହାର ତଦନ୍ତ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ । ସେପଟେ ସୁକିନ୍ଦାର ଏହି ପୂର୍ବତନ ତହସିଲଦାର ବର୍ତ୍ତମାନ ‘ମୋ ସ୍କୁଲ’ ଅଭିଯାନ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଅଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.