ଯାଜପୁର: ଜିଲ୍ଲାରେ ଲକ୍ ଡାଉନ୍କୁ ପ୍ରଥମେ ଗୁରୁତ୍ବ ଦିଆଯାଇଥିଲା । ଏହାପରେ ସାମାଜିକ ଦୂରତାକୁ ଗୁରୁତ୍ବ ଦେଉଛି ପ୍ରଶାସନ । ଏପଟେ ଜିଲ୍ଲା ପ୍ରଶାସନ ବ୍ୟାସନଗର ସହରର ମୁଖ୍ୟ ପରିବା ଗ୍ରୀନ ମାର୍କେଟକୁ ଉଠେଇ ଦେଇଛି । ତେବେ ନାହକା ବାଇପାସ ଠାରୁ ଚୋରଦା ବାଇପାସ ପର୍ଯ୍ୟନ୍ତ ଅସ୍ଥାୟୀ ପରିବା ଦୋକାନ ଖୋଲିବାର ବ୍ୟବସ୍ଥା କରାଯାଇଛି। ବ୍ୟାସନଗର ସହରବାସୀ ପରିବା ଏବଂ ଗ୍ରୋସରୀ କିଣିବା ପାଇଁ ସକାଳ ୭ଟା ରୁ ୧୧ଟା ଏବଂ ୩ଟାରୁ ୫ଟା ପର୍ଯ୍ୟନ୍ତ ଏହାର ସୁବିଧା ନେଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଏଥି ସହିତ ଅପରାହ୍ଣରେ ଦମକଳ ସାହାଯ୍ୟରେ ଯାଜପୁର ରୋଡ ସହରର ମୁଖ୍ୟ ରାସ୍ତା ଗୁଡିକରେ ଜଳ ସିଞ୍ଚନ କରାଯାଇ ସାନିଟାଇଜେସନ କରାଯାଇଛି। ତେବେ ଏହି ପଦକ୍ଷେପ ଜିଲ୍ଲାପାଳ , ଉପଜିଲ୍ଲାପାଳ ଆଉ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯାଜପୁର ରୋଡର ଅଗ୍ନିଶମ ବିଭାଗ ପକ୍ଷରୁ ଦିନକୁ 2ଥର ଏହି ଜଳ ସିଞ୍ଚନ କାର୍ଯ୍ୟ କରାଯାଇ କୋରୋନା ଭୂତାଣୁ କିଭଳି ଏହି ସବୁ ଅଞ୍ଚଳରେ ନ ବ୍ୟାପିବ ସେ ନେଇ ବ୍ୟାପକ କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।
ଏଥିସହିତ ଜିଲ୍ଲାର ୩୧୧ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ୨୫ଟି କ୍ବାରେଣ୍ଟାଇନ ରୁମ୍ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଏ ସବୁ ରୁମକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ତଦାରଖରେ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ଏନ.ସି କଲେଜରେ ୫୦୦ ରୁମ କରି ଆଇସୋଲେସନ କରିବାକୁ ସ୍ଥିର ହୋଇଥିବା ବେଳେ ଏହାର ତଦାରଖ କରବ ଟାଟା ଷ୍ଟିଲ। ଏଥିସହିତ ଟାଟା ମେଡିକା ହସ୍ପିଟାଲକୁ କୋରୋନା ହସ୍ପିଟାଲ ପାଇଁ ସ୍ଥିର କରାଯାଇଥିବା ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ ଜିଲ୍ଲାପାଳ କହିଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ