ଯାଜପୁର: ବହୁଚର୍ଚ୍ଚିତ ନଗଡାରେ ଆରମ୍ଭ ହୋଇଛି କୋରୋନା ଟୀକାକରଣ ସମେତ କୋଭିଡ ପରୀକ୍ଷା । ଗତ 28 ତାରିଖରେ ଟୀକାକରଣ ହୋଇଥିଲା ଏବଂ ସେଥିରେ 176 ଜଣଙ୍କୁ ଟୀକାକରଣ କରାଯାଇଥିଲା । କିନ୍ତୁ କୋରୋନା ଟେଷ୍ଟ ସମୟରେ ମାତ୍ର 69 ଜଣଙ୍କ ପରୀକ୍ଷା କରାଯାଇଥିଲା । ଆଉ ସବୁଠୁ ବଡ କଥା ହେଉଛି କୌଣସି ଜଣଙ୍କର ବି ପଜିଟିଭ ବାହାରିନାହିଁ ।
![ନଗଡାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ସାଙ୍ଗକୁ ଟୀକାକରଣ କାର୍ଯ୍ୟକ୍ରମ](https://etvbharatimages.akamaized.net/etvbharat/prod-images/od-jjr-02-nagada-corona-test-avo-photo-od10029_04072021173121_0407f_1625400081_958.jpg)
କୋରୋନା ଟେଷ୍ଟ ପାଇଁ ସୁକିନ୍ଦା ଡାକ୍ତରଖାନାର ଅଧିକାରୀ ଡାକ୍ତର ଜୟଦେବ ନନ୍ଦଙ୍କ ନେତୃତ୍ବରେ ଏକ 7 ଜଣିଆ ଡାକ୍ତରୀ ଦଳ ସହ ନଗଡା ଯାଇଥିଲେ । ଆଗାମୀ ଦିନରେ ଆଉ ଏକ ଦିନ ଧାର୍ଯ୍ୟ କରି ଟୀକାକରଣ ଓ କୋରୋନା ଟେଷ୍ଟ କରାଯିବ ବୋଲି ସୁକିନ୍ଦା ମେଡିକାଲ ଅଫିସର ଡାକ୍ତର ନନ୍ଦ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ