ETV Bharat / state

ଧର୍ମଶାଳା ପ୍ରେସ କ୍ଲବ ପକ୍ଷରୁ କୋରୋନା ଭୂତାଣୁ ସଂପର୍କିତ ସଚେତନତା

author img

By

Published : Mar 21, 2020, 12:54 PM IST

କୋରୋନାକୁ ନେଇ ଲୋକଙ୍କ ମନରୁ ଆତଙ୍କ ଦୂରେଇବାକୁ ଧର୍ମଶାଳା ପ୍ରେସ କ୍ଲବ ପକ୍ଷରୁ କରୋନା ଭୂତାଣୁ ସଂପର୍କିତ ସଚେତନତା ଆରମ୍ଭ କରାଯାଇଛି । ଅଧିକ ଖବର ପଢନ୍ତୁ...

Corona awareness
ଧର୍ମଶାଳା ପ୍ରେସ କ୍ଲବ ପକ୍ଷରୁ କୋରୋନା ଭୂତାଣୁ ସଂପର୍କିତ ସଚେତନତା

ଯାଜପୁର: କୋରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଏପରି ଏକ ଭୟାଭହ ପରିସ୍ଥିତିରେ ଧର୍ମଶାଳା ପ୍ରେସ କ୍ଲବ ପକ୍ଷରୁ ଲୋକଙ୍କୁ କୋରୋନା ଭୂତାଣୁକୁ ନେଇ ସଚେତନତା କରାଯାଇଛି । ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସେହି ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ କ୍ଲବର କର୍ମୀମାନେ ସଚେତନ କରିଛନ୍ତି ।

ପ୍ରେସ କ୍ଲବର ସଦସ୍ୟମାନେ ଏକତ୍ରିତ ହୋଇ ଜାରକା ବଜାର ପରିକ୍ରମା କରିବା ସହ 'ହାରିବ କରୋନା, ଜିତିବା ଆମେ' ସ୍ଲୋଗାନ୍ ଦେଇଥିଲେ । ଏହି ସମୟରେ ରାସ୍ତାରେ ଯାତାୟତ କରୁଥିବା ଛାତ୍ରଛାତ୍ରୀ, ଗାଡି ଚାଳକ, ବ୍ୟବସାୟୀଙ୍କୁ ମାସ୍କ ପ୍ରଦାନ କରିଥିଲେ । ଏହା ପରେ ଜାରକା ବସଷ୍ଟାଣ୍ଡରେ ପହଁଞ୍ଚି ଯାତ୍ରୀ ଓ ଲୋକମାନଙ୍କୁ ବିଭିନ୍ନ ସତର୍କତାମୂଳକ ପନ୍ଥା ଅବଲମ୍ବନ କରିବା ସମ୍ବନ୍ଧରେ ବୁଝାଇବା ସହ ମାସ୍କ ବଣ୍ଟନ କରିଥିଲେ ।

ପ୍ରେସ କ୍ଲବ ସଭାପତି ଇନ୍ଦ୍ରମଣି ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରମାକାନ୍ତ ଜେନା, ବଟକୃଷ୍ଣ ପରିଡା, ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ,ସଂଗଠନ ସଂପାଦକ ଅବିନେଶ୍ବର ଶତପଥୀ ପ୍ରମୁଖ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.