ଯାଜପୁର: ପ୍ରଚାର ମୈଦାନରେ ଏଆଇସିସିର ସାଧାରଣ ସମ୍ପାଦକ ତଥା ତେଲେଙ୍ଗାନା ପ୍ରଭାରୀ ରାମଚନ୍ଦ୍ର ଖୁଣ୍ଟିଆ। ତାଙ୍କ ନିର୍ବାଚନ ମଣ୍ଡଳୀ କୋରେଇରୁ ସେ ଆରମ୍ଭ କରିଛନ୍ତି ତାଙ୍କ ନିର୍ବାଚନୀ ପ୍ରଚାର। ପ୍ରଚାର ସମୟରେ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ରାମଚନ୍ଦ୍ର ।
ଏହା ମଧ୍ୟ ପଢ଼ନ୍ତୁ: ବରୀ ବିଧାନସଭା: ଏଥର ନୂଆ-ପୁରୁଣାଙ୍କ ମଧ୍ୟରେ ଲଢେଇ
ଓଡ଼ିଶାରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଉଭୟ ଓଡିଶାକୁ ଅଣଦେଖା କରୁଛନ୍ତି । ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଦଳ ସୁପ୍ରିମୋ ରାହୁଲ ଗାନ୍ଧୀ ଯେଉଁ ଇସ୍ତାହାର ଘୋଷଣା କରିଛନ୍ତି। ସେଥିରେ ନିଶ୍ଚିତ ଦେଶ ଆଉ ରାଜ୍ୟର ହିତ ହେବ କହିଛନ୍ତି ରାମଚନ୍ଦ୍ର। ସବୁଠୁ ବଡ଼ କଥା କେହି ବେରୋଜଗାର ନ ରହିବା ପାଇଁ କଂଗ୍ରେସ ପ୍ରତ୍ୟେକ ପରିବାରକୁ ବାର୍ଷିକ 72000ହଜାର ଟଙ୍କା ଘୋଷଣା କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ଆଉ ବିଜେପି ଯେଉଁ ବାହାଷ୍ପୋଟ ମାରୁଛି 1ଟଙ୍କାରେ ଚାଉଳ, ଡାଲି ଆଉ ଲୁଣ ଦେବ, ତାହା ଭୋଟରଙ୍କୁ ଭୁଆଁ ବୁଲେଇବା କଥା ବୋଲି କହିଛନ୍ତି ଖୁଣ୍ଟିଆ । ଏଥର ଓଡ଼ିଶାରେ କଂଗ୍ରେସ ଲୋକସଭାରେ 10 ଆଉ ବିଧାନସଭାରେ 78ରୁ ଉର୍ଦ୍ଧ୍ୱ ସିଟ ଦଖଲ କରି ସରକାର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ