ଯାଜପୁର: ଧର୍ମଶାଳା ବ୍ଲକ କେଲୁଅ ନଦୀ ବନ୍ଧରେ ଘାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଘାଇ ମନୁଷ୍ୟକୃତ ବୋଲି ସେ ଅଭିଯୋଗ ଆଣିଛନ୍ତି । ‘‘ମାମୁଁ-ଭଣଜା’’ ଏହି ପରି ହୀନମାନର କାମ କରିଥିବା ସେ ସ୍ଥାନୀୟ ବିଧାୟକଙ୍କୁ ଇଙ୍ଗିତ କରି କହିଛନ୍ତି । ତେବେ ଘଟଣାରେ ଛୋଟ ନୂହେଁ ବରଂ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସୁର ରାଉତରାୟ କହିଛନ୍ତି ।
ତେବେ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟା ଅଞ୍ଚଳ ପରି ଦର୍ଶନ କରିଛନ୍ତି ସୁର ଓ ତାଙ୍କ କଂଗ୍ରେସ ସହଯୋଗୀମାନେ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଜିଲ୍ଲାର ଏହି ଦୁର୍ଦଶା ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।
ଯାଯପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ