ETV Bharat / state

ଛାତ୍ରନେତାଙ୍କୁ କଂଗ୍ରେସ ଟିକେଟ, ରାହୁଲଙ୍କୁ ଧନ୍ୟବାଦ ଦେଲେ ପ୍ରାର୍ଥୀ

ଛାତ୍ର ରାଜନୀତିରୁ ନିର୍ବାଚନ ମଇଦାନକୁ ଆସିଥିବା ଉମେଶ ଜେନାଙ୍କୁ ସୁଯୋଗ ଦେଇଛି କଂଗ୍ରେସ । ଅନୁଗୋଳ ଜିଲ୍ଲା ବିଧାନସଭା ଆସନରୁ ପ୍ରଥମଥର ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

author img

By

Published : Mar 30, 2019, 11:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଦିନେ ଛାତ୍ର ରାଜନୀତିରେ ସେ ସକ୍ରିୟ ଥିଲେ । କଲେଜରେ ନେତୃତ୍ବ ନେଉଥିଲେ । ଆଉ ଆଜି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି କଂଗ୍ରେସ । ମିଳିଛି ବରୀ ବିଧାନସଭା ଆସନରୁ ଦଳୀୟ ଟିକେଟ । ଆଉ ଏହାପରେ ଉଭୟ କଂଗ୍ରେସ ହାଇକମାଣ୍ଡ ଏବଂ ପିସିସି ମୁଖିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରୀର କଂଗ୍ରେସ ପ୍ରାର୍ଥୀ ଉମେଶ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନୂଆ ମୁହଁ, ହେଲେ ଅଦ୍ୟମ ଉତ୍ସାହ । ଛାତ୍ର ରାଜନୀତିରୁ ନିର୍ବାଚନ ମଇଦାନକୁ ଆସିଥିବା ଉମେଶ ଜେନାଙ୍କୁ ସୁଯୋଗ ଦେଇଛି କଂଗ୍ରେସ । ବରୀ ବିଧାନସଭା ଆସନରୁ ପ୍ରଥମଥର ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ନିଜର ଭାବମୂର୍ତ୍ତି ଓ ସଙ୍ଗଠନକୁ ଆଧାରକରି ଲୋକଙ୍କ ଆସ୍ଥା ଭାଜନ କରିପାରିବେ ବୋଲି ସେ କହିଛନ୍ତି । ବରୀରେ କଂଗ୍ରେସ ସଂଗଠନ ମଜଭୁତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସେ ଉଭୟ ବିଜେଡି ଓ ବିଜେପିକୁ ପରାଜିତ କରି ବିଜୟ ଟିକା ପିନ୍ଧିବେ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ୭ଟି ଲୋକସଭା ଓ ୨୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଯାଜପୁର ଜିଲ୍ଲାର ସୁକିନ୍ଦା, ବରୀ ଓ ବିଞ୍ଝାରପୁର ଆଦି ୩ଟି ବିଧାନସଭା ଆସନ ସ୍ଥାନ ପାଇଛି । ସୁକିନ୍ଦାରୁ ଶରତ ରାଉତଙ୍କୁ ପୁର୍ନବାର ପ୍ରାର୍ଥୀ କରାଯାଇଥିବା ବେଳେ ବରୀରୁ ଉମେଶ ଜେନା ଓ ବିଞ୍ଝାରପୁରରୁ ମନୋରଞ୍ଜନ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.