ETV Bharat / state

ଯାଜପୁରକୁ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କଲା କଂଗ୍ରେସ

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଛି ମରୁଡି ସ୍ଥିତି । ତେଣୁ ତୁରନ୍ତ ଜିଲ୍ଲାକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Sep 2, 2021, 10:47 PM IST

ଯାଜପୁରକୁ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କଲା କଂଗ୍ରେସ
ଯାଜପୁରକୁ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କଲା କଂଗ୍ରେସ

ଯାଜପୁର: ରାଜ୍ୟରେ ଚିନ୍ତା ବଢାଇଛି ନିଅଣ୍ଟିଆ ବର୍ଷା । ଚାଷ ଜମି ଫାଟି ଆଁ କରିଛି । ବିଭିନ୍ନ ଅଞ୍ଚଳ ପରି ଯାଜପୁର ଜିଲ୍ଲାରେ ମଧ୍ୟ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ସ୍ଥିତି ଉପୁଜିଲାଣି । ଗୋଟିଏ ପଟେ ବର୍ଷା ନାହିଁ ଓ ଅନ୍ୟପଟେ ଅଚଳ ଅବସ୍ଥାରେ ପଡି ରହିଛି ଉଠା ଜଳସେଚନ ପ୍ରକଳ୍ପ । ଯାହ ଚାଷୀ ପାଇଁ ବେଡି ଉପରେ କୋରୋଡା ମାଡ ସଦୃଶ ହୋଇଛି । ତେଣୁ ତୁରନ୍ତ ଜିଲ୍ଲାକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବି କରିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଯାଜପୁର ଓ ଦଶରଥପୁର ବ୍ଳକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦଶରଥପୁର ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସର ପ୍ରତିନିଧି ଦଳ ଏହି ଦାବିପତ୍ର ଦେଇଛନ୍ତି । ତେବେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ମରୁଡି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.