ଯାଜପୁର: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଜିଠୁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି । ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କନ୍ତର ପଞ୍ଚାୟତ ପୂର୍ବକୋର୍ଟ ଗାଁରୁ ପ୍ରଚାର ଆରମ୍ଭ କରିଛି କଂଗ୍ରେସ । କୋରେଇ କଂଗ୍ରେସ ପକ୍ଷରୁ ଆଜିଠାରୁ ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରୁକ୍ମିଣୀ ମଳିକ ପାଇଁ ଆରମ୍ଭ ହେଇଛି ପ୍ରଚାର ।
କୋରେଇ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସ ସଭନେତ୍ରୀ ବନ୍ଦିତା ପରିଡା ଯୋଗ ଦେଇ ପୂର୍ବକୋଟ ଗାଁର ଘରକୁ ଘର ବୁଲି ନିଜର ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଏଥିସହିତ ରାଜ୍ୟରେ ଯେଭଳି ବିଜେଡି ଦଳର ଶାସନ ବେଳେ ନାରୀ ନିର୍ଯ୍ୟାତନା, ଭ୍ରଷ୍ଟାଚାର ଓ ଦୁର୍ନୀତି ବଢିଥିବା ଅଭିଯୋଗ ଆଣି ଗାଁକୁ ଗାଁ ବୁଲି ଲୋକ ମାନଙ୍କୁ ସଚେତନ କରିଥିଲେ।
୧ ନମ୍ବର ଜୋନ ଜିଲ୍ଲା ପରିଷଦ ରୁକ୍ମିଣୀ ମଳିକ, କଂଗ୍ରେସ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀନୀ ରଂଜିତା ପେରାଇ ଓ ସରପଞ୍ଚ ପ୍ରାର୍ଥୀ ପ୍ରତାପ କୁମାର ପେରାଇଙ୍କ ପାଇଁ ଘରକୁ ଘରକୁ ବୁଲି ଭୋଟ ଭିକ୍ଷା କରିଥିଲେ। ତେବେ କୋରେଇର ପଂଚାୟତ ନିର୍ବାଚନରେ କଂଗ୍ରେସର କିଭଳି ଅଛି ସ୍ଥିତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ