ETV Bharat / state

ବ୍ୟାସନଗର ପ୍ରସିଦ୍ଧ କୋପଣ୍ଡ ମେଲଣ ଉଦଯାପିତ - 45 ତମ କୋପଣ୍ଡ ମେଲଣ

ଯାଜପୁର ଜିଲ୍ଲା ବ୍ୟାସନଗରରେ ଆୟୋଜିତ ପ୍ରସିଦ୍ଧ 45ତମ କୋପଣ୍ଡ ମେଲଣ ଉଦଯାପିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

kopanda melana in jajpur
ଯାଜପୁରରେ କୋପଣ୍ଡ ମେଲଣ
author img

By

Published : Mar 14, 2023, 4:31 PM IST

ବ୍ୟାସନଗର ପ୍ରସିଦ୍ଧ 45 ତମ କୋପଣ୍ଡ ମେଲଣ ଉଦଯାପିତ

ଯାଜପୁର: ଉଦଯାପିତ ହୋଇଯାଇଛି ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ବ୍ୟାସନଗରର ପ୍ରସିଦ୍ଧ 45ତମ କୋପଣ୍ଡ ମେଲଣ l ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହେଇଛି ପୁରାଣ ପ୍ରସିଦ୍ଧ କୋପଣ୍ଡ ମେଲଣ l ଚଳିତ ବର୍ଷ ବିଭିନ୍ନ ସ୍ଥାନରୁ ପ୍ରାୟ 9ଟିରୁ ଉର୍ଦ୍ଧ୍ବ ଦୋଳ ବିମାନରେ ପ୍ରଭୁ ରାଧାକୃଷ୍ଣ ଗୋଶାଳା ଛକ ପରିସରରୁ ପୂଜାର୍ଚ୍ଚନା କରି ବାହାରିଥିଲେ l ସମସ୍ତ ଦୋଳ ବିମାନ ସମ୍ମୁଖରେ ହୋରିଆ ଭାଇମାନେ ଭିନ୍ନ ଭିନ୍ନ ଭଜନ କୀର୍ତ୍ତନ କରି ଆଡ଼ମ୍ବର ସହିତ କୋପଣ୍ଡ ମେଲଣ ପଡିଆରେ ପହଞ୍ଚିଥିଲେ l ପ୍ରତ୍ୟେକ ବର୍ଷ ପରି ଗ୍ରାମର ବୌଜ୍ୟେଷ୍ଠ ବ୍ୟକ୍ତି ନାରାୟଣ ଚନ୍ଦ୍ର ରାଉତ ଠାକୁରଙ୍କୁ ବରଣୀ କରିବା ପରେ ପାରମ୍ପରିକ ସଂସ୍କୃତି ସମ୍ପର୍ଣ୍ଣ କୋପଣ୍ଡ ମେଲଣ ଆରମ୍ଭ ହେଇଥିଲା l

ଚଳିତ ବର୍ଷ ତେନ୍ତୁଲିଖୁଣ୍ଟା, ତରାପୁର, ଶ୍ରୀବନ୍ତପୁର, କୋପଣ୍ଡ, ଗୋପାଳପୁର ସମେତ ଅନେକେ ସ୍ଥାନରୁ ଦୋଳ ମେଲଣ ବିମାନ ଆସିଥିଲା l କୋପଣ୍ଡ ଗ୍ରାମର କାଉନସିଲର ପାର୍ଥସାରଥୀ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୌର ପରିଷଦର ଅଧକ୍ଷା ସଙ୍ଗୀତା ପିଙ୍ଗୁଆ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ସମାଜସେବୀ ରୁଦ୍ରନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ l ଏଥି ସହିତ ଉପସ୍ଥିତ ଅତିଥିମାନେ ଓଡ଼ିଆ ପରମ୍ପରାରେ ମେଲଣ ଉତ୍ସାବ ମହାତ୍ମ୍ୟ ଉପରେ ଆଲୋଚନା କରିଥିଲେ l ଏହି କୋପଣ୍ଡ ମେଲଣ ଦେଖିବାକୁ ଆଖପାଖରୁ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା l

ଏହା ମଧ୍ୟ ପଢ଼ନ୍ତୁ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ରିପୋର୍ଟ ପାଇଲା ପ୍ରଶାସନ, ମହାପ୍ରଭୁଙ୍କ ଜମିରେ ହୋଇଛି କମ୍ପ୍ଲେକ୍ସ

ଆଜି (ମଙ୍ଗଳବାର) ଭୋରୁ କୋପଣ୍ଡ ମେଲଣର ପରମ୍ପରା ଅନୁଯାୟୀ ଗ୍ରାମର ଦୋଳ ବିମାନଟି କୋପଣ୍ଡ ଛକରୁ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଗ୍ରାମର ମେଲଣ ପଡିଆରେ ପହଞ୍ଚିଥିଲା l ଅନ୍ୟ ସମସ୍ତ ଦୋଳ ବିମାନ ପରମ୍ପରା ଅନୁଯାୟୀ ନାଚି, ଗୀତଗାଈ, ଭଜନ କୀର୍ତ୍ତନ କରି ମଣ୍ଡପ ନିକଟରେ ପ୍ରଭୁ ରାଧାକୃଷ୍ଣ ପଡିଆରେ ପହଞ୍ଚିଥିଲେ l ଏହି ମେଲଣ ଉତ୍ସବ ଦେଖିବାକୁ ବ୍ୟାସନଗର ସମେତ ଆଖପାଖ ଗାଁର ମହିଳା ଠାରୁ ଆରମ୍ଭ କରି ପୁରୁଷମାନେ ଉପସ୍ଥିତ ଥିଲେ l ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଗ୍ରାମବାସୀଙ୍କ ମନରେ ମେଲଣ ଯାତ୍ରାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଗ୍ରାମର ଲୋକମାନେ ପରସ୍ପରକୁ ଫଗୁ ଲଗାଇ ନାଚଗୀତ କରିଥିଲେ । ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.