ଯାଜପୁର: ଚୋରା ଗାଡି ବ୍ୟବହାର କରି ଲୁଟପାଟ କରୁଛନ୍ତି ଲୁଟେରା। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାଜପୁର ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ପାଖରୁ ପୋଲିସ ବାଇକ ଏବଂ ମୋବାଇଲ ଜବତ କରିଛି। ଯାଜପୁରର ଏନସି କଲେଜ ଛାତ୍ରୀଙ୍କ ଠାରୁ ବ୍ୟାଗ ଲୁଟ ଘଟଣାର ତଦନ୍ତ କରିବାକୁ ଯାଇ ପୋଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଏବଂ ବାଇକ ଚୋରି ଘଟଣାରେ ସମ୍ପୃକ୍ତ ଏହି ୪ ଜଣ ଲୁଟେରାଙ୍କୁ ପୋଲିସ ଗିରପଂ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ଘର ଅଡଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଗୋଟିଏ ପଲସର ବାଇକ, ୩ଟି ମୋବାଇଲ ଓ ୨ଟି ବ୍ୟାଗ ପୋଲିସ ଜବତ କରିଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ