ETV Bharat / state

BSKY ସ୍ମାର୍ଟ କାର୍ଡ ପାଇଲା ଯାଜପୁର: ଉପକୃତ ହେବେ ୪ ଲକ୍ଷରୁ ଊର୍ଦ୍ଧ୍ବ ପରିବାର

author img

By

Published : Dec 16, 2021, 8:21 AM IST

ଯାଜପୁରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାସହ କୋଟି ୨ ହଜାରରୁ ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଅଧିକ ପଢନ୍ତୁ

BSKY ସ୍ମାର୍ଟ କାର୍ଡ ପାଇଲା ଯାଜପୁର: ଉପକୃତ ହେବେ ୪ ଲକ୍ଷରୁ ଉର୍ଦ୍ଧ୍ବ ପରିବାର

ଯାଜପୁର: ଏବେ ବିନା ମୂଲ୍ୟରେ ଜିଲ୍ଲାବାସୀ ପାଇବେ ଘରୋଇ ମେଡିକାଲରେ ସ୍ୱାସ୍ଥ୍ୟସେବା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯାଜପୁର ଜିଲ୍ଲା ବୁଧବାର ସାମିଲ ହୋଇଛି (health card distributed in jajpur) । ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ ଲୋକଙ୍କୁ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୧୫ ଲକ୍ଷରୁ ଅଧିକ ପରିବାର ଯୋଜନାରେ ଲାଭବାନ ହେବେ । ଏହାସହ ୨ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)।

ଜିଲ୍ଲାରେ କାର୍ଡ ବଣ୍ଟନ ସହ ୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତିମ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କ ବ୍ୟବସାୟିକ କାରବାର ବୃଦ୍ଧି ପାଇଁ ୨୨୨କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । ଯାଜପୁର ମ୍ୟୁନିସପାଲଟିର ସବୁ ପରିବାରକୁ ପିଇବା ପାଣିର ସୁବିଧା ଦିଆଯାଇଛି । ବ୍ୟାସନଗର ସହ ଆଉ ୮ଟି ବ୍ଲକରେ ପାଇପ ପାଣି ପାଇଁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ବରୀ ଓ କୋରେଇ ବ୍ଲକ ପାଇଁ ପାଇପ ପାଣି ବ୍ୟବସ୍ଥା କରାଯାଇଛି । ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ ପାଣି ସୁବିଧା ଯୋଗାଇ ଦିଆଯିବ । ଏହା କାର୍ଯ୍ୟକ୍ରମରେ ସ୍ବାସ୍ଥମନ୍ତ୍ରୀ ନବକିଶୋର ଦାସ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।

ସେପ୍ଟେମ୍ବରରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା କାର୍ଡ ଶୁଭାରମ୍ଭ କାର୍ଯ୍ୟକ୍ରମ ବୁଧବାର ଯାଜପୁରରେ ଶେଷ ହୋଇଛି । ମୋଟି ୨୮ଟି ଜିଲ୍ଲାର ଏହି ଯୋଜନାରେ ସାମିଲ ହୋଇଛି । କାର୍ଡ ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଉଦବୋଧନ ଦେଇ କହିଛନ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି କାର୍ଡ ଏକ ନୂଆ ଯୁଗ ଆରମ୍ଭ କରିଛି । ଏହି କାର୍ଡ ଗରିବଙ୍କ ଚିକିତ୍ସା ସମସ୍ୟାର ଦୂର କରିବ । ରାଜ୍ୟରେ ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ । ସେ ଆହୁର କହିଛନ୍ତି ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ । ଚାଷୀ ହେଉ କି ଶ୍ରମିକ କି ରିକ୍ସାବାଲା ସମସ୍ତେ ସମ୍ମାନର ସହ ବଞ୍ଚିବେ । ଏଥି ପାଇଁ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.