ETV Bharat / state

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ - ଯାଜପୁର ଚିତାଳୋ କଲେଜ

ଯାଜପୁର ଜିଲ୍ଲାର ଚିତାଳୋ କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିିୟା ଦେଇଛନ୍ତି । ଅଧିକ ପଢନ୍ତୁ...

ଚିତାଳୋ କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ

author img

By

Published : Sep 4, 2021, 8:35 AM IST

ଯାଜପୁର: ଜିଲ୍ଲାର ଚିତାଳୋ କଲେଜ ଛାତ୍ରଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିିୟା ଦେଇଛନ୍ତି । କଲେଜ ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପକୁ କର୍ତ୍ତୃପକ୍ଷ ନିନ୍ଦା କରିବା ସହିତ ଏନେଇ କଲେଜ ପରିଚାଳନା ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳଙ୍କୁ ଅବଗତ କରାଯାଇଛି ।

ଚିତାଳୋ କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗରେ କଲେଜ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ

ଘଟଣା ସମ୍ପର୍କରେ କଲେଜ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଦାବି କରିଛନ୍ତି । ତେବେ ଜଣେ ଅଧ୍ୟାପକଙ୍କ କାର୍ଯ୍ୟକଳାପ ପାଇଁ ସମଗ୍ର କଲେଜକୁ ବଦନାମ ନକରିବା ପାଇଁ ମଧ୍ୟ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଲେଜ ପରିଚାଳନା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ବଦ୍ରି ନାରାୟଣ ରାୟ ଏବଂ କଲେଜ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.