ETV Bharat / state

ପଞ୍ଚାୟତ ଅର୍ଥକୁ ସରପଞ୍ଚଙ୍କ ଆତ୍ମସାତ୍! - ପଞ୍ଚାୟତ ଅର୍ଥକୁ ସରପଞ୍ଚଙ୍କ ଆତ୍ମସାତ୍

ସାଧାରଣ ଲୋକଙ୍କ ପ୍ରାପ୍ୟକୁ ସରପଞ୍ଚ ହରିଲୁଟ କରୁଥିବା ଅଭିଯୋଗ । ଏହାସହ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ । ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁଳାପାଳ ପଞ୍ଚାୟତରୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର
author img

By

Published : Aug 31, 2019, 7:54 PM IST

ଯାଜପୁର: ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗ । ସାଧାରଣ ଲୋକଙ୍କ ପ୍ରାପ୍ୟକୁ ହରିଲୁଟ କରୁଛନ୍ତି ବଡବଡିଆ ବାବୁ । ଏହାସହ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ । ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁଳାପାଳ ପଞ୍ଚାୟତରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ସୂଚନା ଅନୁସାରେ, ଜିଲ୍ଲାରେ ସରକାରୀ ଅନୁଦାନକୁ ହଡପ କରାଯିବା ଫଳରେ ସାଧାରଣ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାସହ ରାସ୍ତା, ଘର, ଆଲୋକୀକରଣ ନାଁରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ହଡପ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏପରିକି ସୂଚନା ଅଧିକାର ଆଇନ ଅନୁଯାୟୀ, ତଥ୍ୟ ମାଗିଲେ ହତ୍ୟା ଧମକ ମିଳୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ମୂଳାପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ନାୟକ ପଞ୍ଚାୟତର ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରିଥିଲେ । ଏହାପରେ ତାଙ୍କୁ ଏକ ଚିଠି ଯୋଗେ ହତ୍ୟା ଧମକ ଦିଆଯାଇଛି । ଏନେଇ ସେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପଞ୍ଚାୟତର ଦୁର୍ନୀତି ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ କୋରେଇ ବିଧାୟକ, ବିଡିଓ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug--pressmeet
format--avb
reporter—Gyana ranjan ojha
place--jajpur
date--31.08.19
Anchor--ଯାଜପୁର ଜିଲା କୋରେଇ ବ୍ଲକ ମୁଳାପାଳ ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ଅନୁଦାନକୁ ହଡପ କରାଯିବା ପଂଳରେ ସାଧାରଣ ଲୋକେ ଯୋଜନାରୁ ବଂଚିତ ହେଉଛନ୍ତି । ରାସ୍ତା,ଘର,ଆଲୋକିକରଣ ନାଁରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ହଡପ କରାଯାଉଥିବା ଭଳି ସଂଗିନ ଅଭିଯୋଗ ଆସିଛି । ଏ ନେଇ ସୂଚନା ଅଧିକାର ଆଇନ ଅନୁଯାଇ ତଥ୍ୟ ମଗାଗଲେ ହତ୍ୟାଧମକ ମିଳୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମୂଳାପାଳ ପଂଚାୟତର ପୂର୍ବତନ ସରପଂଚ ନିରଂଜନ ନାୟକ ପଂଚାୟତର ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରିଥିଲେ । ଏହାପରେ ତାଙ୍କୁ ଏକ ଚିଠି ଯୋଗେ ହତ୍ୟା ଧମକ ଦିଆଯାଇଛି । ଏ ନେଇ ସେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଂଚାୟତର ଦୁର୍ନିତି ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ କୋରେଇ ବିଧାୟକ,ବିଡିଓ ଏବଂ ଯାଜପୁର ଜିଲାପାଳଙ୍କୁ ଅବଗତ କରାଯାଇ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।
ବାଇଟ୍:ନିରଂଜନ ନାୟକ,ପୂର୍ବତନ ସରପଂଚ
:ଗୋଲେଖ ମାଝି,ପୂର୍ବତନ ସରପଂଚ
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.