ETV Bharat / state

Cyclonic Jawad: କ୍ଷୟକ୍ଷତି ଆକଳନ ନେଇ ଯାଜପୁରରେ କେନ୍ଦ୍ରୀୟ ଟିମ - ବାତ୍ୟା ଜଓ୍ବାଦ କ୍ଷୟକ୍ଷତି ଆକଳନ

ବାତ୍ୟା ଜଓ୍ବାଦର କ୍ଷୟକ୍ଷତି ଆକଳନ ନେଇ ଆଜି ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ୪ଟି ବ୍ଲକର ୧୨ଟି ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍ । ଅଧିକ ପଢନ୍ତୁ

Cyclonic Jawad: କ୍ଷୟକ୍ଷତି ଆକଳନ ନେଇ ଯାଜପୁରରେ କେନ୍ଦ୍ରୀୟ ଟିମ

author img

By

Published : Dec 13, 2021, 12:41 PM IST

Updated : Dec 13, 2021, 1:51 PM IST

ଯାଜପୁର: ଜିଲ୍ଲାରେ କେନ୍ଦ୍ରୀୟ ଅନୁଧ୍ୟାନ ଟିମ୍ (Central team visit Jajpur )। ବାତ୍ୟା ଜଓ୍ବାଦର କ୍ଷୟକ୍ଷତି ଆକଳନ ନେଇ ଆଜି କେନ୍ଦ୍ରୀୟ ଟିମ୍ ସକାଳ 10ଟା 30ରେ ଜିଲ୍ଲା ସର୍କିଟ ହାଉସରେ ପହଞ୍ଚିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଆଜି ୪ଟି ବ୍ଲକର ୧୨ଟି ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ ।

Cyclonic Jawad: କ୍ଷୟକ୍ଷତି ଆକଳନ ନେଇ ଯାଜପୁରରେ କେନ୍ଦ୍ରୀୟ ଟିମ

ଟିମରେ ରହିଛନ୍ତି ଶାଶ୍ବତ ମହାପାତ୍ର ଓ ଡକ୍ଟର ମାନସ ସିହ୍ନା । ପ୍ରଥମେ ଏହି ଟିମ୍ ଦଶରଥପୁର ବ୍ଲକ ଅକରପଡା ପଞ୍ଚାୟତର ରାହାସୋଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅଞ୍ଚଳରେ ବ୍ୟାପକ ଧାନଫସଲ ପାଣିରେ ବୁଡିରହି ଗଜା ହୋଇଯାଇଥିବା ଅନୁଧ୍ୟାନ କରିଥିଲେ। ଏନେଇ ଟିମ ଅଧିକାରୀ ମାନେ ଚାଷୀଙ୍କ ସହ ଆଲୋଚନା କରିବା ସହ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 13, 2021, 1:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.