ଯାଜପୁର: ସାରା ଦେଶରେ ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବାବେଳେ ଯାଜପୁରରେ ଏହି ଆଇନକୁ ସମର୍ଥନ କରାଯାଇଛି । ରବିବାର ଏନେଇ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ବ୍ୟାସନଗରରେ ଶୋଭାଯାତ୍ରା କରାଯାଇଛି ।
ଏହି ଶୋଭାଯାତ୍ରାରେ ସରକାର ଆଣିଥିବା ଆଇନ ଫଳରେ ଦେଶବାସୀ ସୁରକ୍ଷିତ ହୋଇ ରହିପାରିବେ ବୋଲି ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କହିଛି । ଏଥିସହ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ହୀନ ରାଜନୀତି କରୁଛନ୍ତି ବୋଲି ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଅଭିଯୋଗ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ