ETV Bharat / state

ଗରିବଙ୍କ ସମସ୍ୟା ନେଇ ପୌର ପ୍ରଶାସକଙ୍କୁ ବ୍ୟାସନଗର ବିଜେପିର ଦାବିପତ୍ର - ବ୍ୟାସନଗର ବିଜେପିର ଦାବିପତ୍ର

ଗରିବ ଶ୍ରେଣୀର ଲୋକମାନଙ୍କ ବିଭିନ୍ନ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ପୌର ପ୍ରଶାସକଙ୍କୁ ବ୍ୟାସନଗର ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ ହୋଇଛି । ସମସ୍ୟା ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଗରିବଙ୍କ ସମସ୍ୟା ନେଇ ପୌର ପ୍ରଶାସକଙ୍କୁ ବ୍ୟାସନଗର ବିଜେପିର ଦାବିପତ୍ର

author img

By

Published : Oct 22, 2020, 9:29 PM IST

ଯାଜପୁର: ଗରିବଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ବ୍ୟାସନଗର ବିଜେପିର ପ୍ରୟାସ । ଗରିବ ଶ୍ରେଣୀର ଲୋକମାନଙ୍କ ବିଭିନ୍ନ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ପୌର ପ୍ରଶାସକ ସନ୍ତୋଷ କୁମାର ମିଶ୍ରଙ୍କୁ ବ୍ୟାସନଗର ବିଜେପି ପକ୍ଷରୁ ଗୁରୁବାର ଦାବିପତ୍ର ପ୍ରଦାନ କରାଯାଇଛି । ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ସ୍ବଚ୍ଛ ଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ସମେତ ନାନା ସମସ୍ୟାର 15 ଦିନ ମଧ୍ୟରେ ସମାଧାନ କରିବାକୁ ଦାବି ହୋଇଛି ।

ଗରିବଙ୍କ ସମସ୍ୟା ନେଇ ପୌର ପ୍ରଶାସକଙ୍କୁ ବ୍ୟାସନଗର ବିଜେପିର ଦାବିପତ୍ର

ସୂଚନା ଅନୁଯାୟୀ, ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଯାଜପୁର ବ୍ୟାସନଗରର 26 ନଂ ଓ୍ବାର୍ଡରେ ବହୁ ଗରିବ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ରାସନକାର୍ଡ ଯୋଗାଇ ଦିଆଯାଇନାହିଁ । କିଛି ଲୋକଙ୍କ ପାଖରେ କାର୍ଡ ଥାଇ ମଧ୍ୟ ସେମାନେ ରାସନ ସାମଗ୍ରୀରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ସଫେଇ, ବିଜୁଳି, ରାସ୍ତା ଓ ପାଣି ସମସ୍ୟା ବି ରହିଛି । ଏସବୁ ସମସ୍ୟାର ସମଧାନ 15 ଦିନ ଭିତରେ ନ ହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଇତିଶ୍ରୀ ଜେନା ଏବଂ ବ୍ୟାସଦେବ ମଣ୍ଡଳର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଘଡେଇ ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.