ETV Bharat / state

ଧାନମଣ୍ଡଳ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଉପନିର୍ବାଚନ

ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଧାନମଣ୍ଡଳ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଆଜି(ଶୁକ୍ରବାର) ହେଉଛି ଉପନିର୍ବାଚନ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ଆକସ୍ମିକ ମୃତ୍ୟୁ ଘଟିବାରୁ ଏହି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ ରହିଥିଲା । ଅଧିକ ପଢନ୍ତୁ

ଧାନମଣ୍ଡଳ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଆଜି ଉପନିର୍ବାଚନ

author img

By

Published : May 27, 2022, 10:14 PM IST

ଯାଜପୁର: ଜିଲ୍ଲାର ବଡ଼ଚଣା ବ୍ଲକ ଧାନମଣ୍ଡଳ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଆଜି(ଶୁକ୍ରବାର) ହେଉଛି ଉପନିର୍ବାଚନ । ସୂଚନା ଯୋଗ୍ୟ ଯେ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ଆକସ୍ମିକ ମୃତ୍ୟୁ ଘଟିବାରୁ ଏହି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ ରହିଥିଲା । ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ପଦବୀ ପାଇଁ ଉପନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଧାନମଣ୍ଡଳ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଆଜି ଉପନିର୍ବାଚନ

ଆଜିର ଏହି ଉପନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଏଠାରେ ମୋଟ୍ 4 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଥିବା ସୂଚନା ମିଳିଛି । ଏଥିପାଇଁ ପଞ୍ଚାୟତରେ ମୋଟ 13ଟି ୱାର୍ଡର 13ଟି ବୁଥରେ ହେଉଛି ଭୋଟ ଗ୍ରହଣ । ସକାଳୁ ସକାଳୁ ମତଦାନ କେନ୍ଦ୍ର ଗୁଡିକରେ ଭୋଟ ଦେବା ପାଇଁ ଉଭୟ ମହିଳା ଓ ପୁରୁଷ ଭୋଟରଙ୍କ ଲମ୍ବା ଧାଡି ଲାଗିଛି । ଏହି ପଞ୍ଚାୟତର ମୋଟ୍ 3825 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବୁଥ ମାନଙ୍କରେ ପୋଲିସ ମୂତୟନ କରାଯିବା ସହ ପ୍ରଶାସନ ପକ୍ଷରୁ ଅନ୍ୟ ସମସ୍ତ ବନ୍ଦବୋସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.