ETV Bharat / state

ଭାଉଜକୁ ହତ୍ୟା କରି ଦିଅରକୁ ଆଜୀବନ ଜେଲ - iswrpur village

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଈଶ୍ବରପୁର ଗାଁରେ ଭାଉଜକୁ ହତ୍ୟା କରିଥିବା ଦିଅରକୁ ଆଜୀବନ ଜେଲ ଦଣ୍ଡ ଦଣ୍ଡିତ କଲେ ନ୍ୟାୟାଳୟ। 2018 ମସିହାରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଅଧିକ ପଢ଼ନ୍ତୁ...

ଭାଉଜକୁ ହତ୍ୟା କରିବା ଅଭିଯୋଗରେ ଦିଅରକୁ ଆଜୀବନ ଜେଲ

author img

By

Published : Nov 10, 2020, 8:51 PM IST

ଯାଜପୁର: ଭାଉଜକୁ ହତ୍ୟା ଘଟଣାରେ ଦିଅରକୁ ଆଜୀବନ ଜେଲ ଦଣ୍ଡ ଦଣ୍ଡିତ କଲେ ନ୍ୟାୟାଳୟ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଈଶ୍ବରପୁର ଗାଁରେ ହୋଇଥିବା ଏକ ହତ୍ୟାକାଣ୍ଡ ଶୁଣାଣି କରି ଏଭଲି ଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲା ଦୌରାଜଜ। 2018 ମସିହାରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ଦିଅରକୁ ଗିରଫ କରିଥିଲା ଯାଜପୁର ମଙ୍ଗଳପୁର ଥାନା ପୋଲିସ।

ଭାଉଜକୁ ହତ୍ୟା କରିବା ଅଭିଯୋଗରେ ଦିଅରକୁ ଆଜୀବନ ଜେଲ

ସୂଚନା ଅନୁଯାୟୀ 2018 ମସିହା ମେ ମାସ 31 ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଈଶ୍ବରପୁର ଗାଁ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପରିବାରରେ ବହୁଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଘରେ କେହି ନଥିବା ବେଳେ ଚିତ୍ତରଞ୍ଜନ ନିଜ ଭାଉଜ ମଧୁସ୍ମିତା ମିଶ୍ରଙ୍କୁ ଏକ କୁରାଢ଼ୀରେ ହାଣି ହତ୍ୟା କରିଥିଲା।

ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା ମଙ୍ଗଳପୁର ଥାନା ପୋଲିସ। ଏହାପରେ ମାମଲାର ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ଦିଅରକୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ଜିଲ୍ଲା ଦୌରାଜଜ ଆଜି(ମଙ୍ଗଳବାର) ଦଣ୍ଡାଦେଶ ଶୁଣାଇଛନ୍ତି। 20 ଜଣଙ୍କ ସାକ୍ଷକୁ ଆଧାର କରି ଅଭିଯୁକ୍ତ ଚିତ୍ତରଞ୍ଜନ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ 10 ହଜାର ଟଙ୍କା ଜୋରିମାନା କରିଛନ୍ତି ବିଚାରପତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.