ଯାଜପୁର: ପୋଲର ଅବସ୍ଥା ଦେଖିଲେ ଲାଗୁଛି ଭଲ ଅଛି । ହେଲେ ଅଚାନକ ଭୁଶୁଡ଼ି ପଡ଼ିଲା । ଯାଜପୁର 16 ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଥିବା ଏକ ପୋଲ ଭୁଶୁଡ଼ି ପଡିଛି । ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ଏକାଧିକ ବସ ଓ ଟ୍ରକ । ପୋଲଟି 10 ଫୁଟ ତଳକୁ ଖସି ଯାଇଛି । ଫଳରେ ଯାତାୟ ବାଧାପ୍ରାପ୍ତ ହୋଇଛି । ପୋଲ ଭୁଶିଡ଼ିବାକୁ ଏକାଧିକ ଗାଡ଼ି ଅଟକି ରହିଛି । ବାଲେଶ୍ବର- ଭୁବନେଶ୍ବର ରାଜପଥ ବନ୍ଦ ରହିଛି ।
-
#WATCH | Odisha: "This bridge was constructed around 2008...The bridge experts have been called and the reason will be known after the investigation. Prima Facie it looks like a structure failure. Once the expert committee is here we will know when we could restore it...We will… pic.twitter.com/fy989y4tf1
— ANI (@ANI) July 18, 2023 " class="align-text-top noRightClick twitterSection" data="
">#WATCH | Odisha: "This bridge was constructed around 2008...The bridge experts have been called and the reason will be known after the investigation. Prima Facie it looks like a structure failure. Once the expert committee is here we will know when we could restore it...We will… pic.twitter.com/fy989y4tf1
— ANI (@ANI) July 18, 2023#WATCH | Odisha: "This bridge was constructed around 2008...The bridge experts have been called and the reason will be known after the investigation. Prima Facie it looks like a structure failure. Once the expert committee is here we will know when we could restore it...We will… pic.twitter.com/fy989y4tf1
— ANI (@ANI) July 18, 2023
15 ବର୍ଷର ପୁରୁଣା ପୋଲ ଅଚାନକ ଭୁଶୁଡି ପଡିଛି । ସୌଭାଗ୍ୟବସତଃ ଏହି ସ୍ଥାନରେ କୌଣସି ଗାଡ଼ି ଚଳାଚଳ କରୁନଥିଲା ତେଣୁ ଏକ ବଡ଼ ଅଘଟଣ ଚଳି ଯାଇଛି । ପୋଲ ଭୁଶୁଡ଼ି ଯିବା ପରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । 2007ରୁ 2008 ମଧ୍ୟରେ ପୋଲଟି ନିର୍ମାଣ ହୋଇଥିଲା । ନିର୍ମାଣର ଏତେ କମ ଦିନରେ ପୋଲଟି କାହିଁକି ଭୁଶୁଡିଲା ? ଏହାକୁ ନେଇ ସ୍ଥାନୀୟ ଲୋକ ଠିକାଦାରଙ୍କୁ ଦାୟୀ କରିଛନ୍ତି ।
ନିମ୍ନମାନର ପୋଲ ନିର୍ମାଣ କାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଭୁଶୁଡ଼ି ପଡିଥିବା ପୋଲ ନିକଟରେ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା । କ୍ଷୟଯତି ହୋଇନଥିଲେ ସୁଦ୍ଧା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାକୁ ସିଲ୍ କରିବା ସହିତ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିଥିଲା ।
ଏହା ବି ପଢନ୍ତୁ...Back-to-back Mishaps in Cuttack: ଭୁଶୁଡିଲା କେନାଲ, ଲୁହା ପାଇପ ତଳେ ଫସି ନାବାଳିକା ମୃତ
ଘଟଣାର ତଦନ୍ତ ପାଇଁ ଘଟଣା ସ୍ଥଳରେ NHAI କର୍ତ୍ତୃପକ୍ଷ ପହଞ୍ଚିନ୍ତି । NHAI କର୍ତ୍ତୃପକ୍ଷ ବ୍ରିଜ ଭୁଶୁଡିବା ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି । ନିର୍ମାଣରେ ତ୍ରୁଟି ଥିବା ସହ ତ୍ରୁଟିର ଅନୁଧ୍ୟାନ ପାଇଁ ବ୍ରିଜ ଏକ୍ସପର୍ଟ ଟିମ ଆସୁଥିବା କହିଛନ୍ତି NHAI ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା । ସବ୍ଇନିସପେକ୍ଟର ଅଶୋକ କୁମାର ପାଳ କହିଛନ୍ତି, "କୁଆଖିଆ ରସୁଲପୁର ନିକଟରେ ଥିବା ପୋଲ ଭୁଶୁଡ଼ିବା ନେଇ ସକାଳ 6ଟାରେ ଖବର ମିଳିଥିଲା । ସଙ୍ଗେ ସଙ୍ଗେ ଷ୍ଟାଫଙ୍କୁ ଆଣି ଘଟଣାସ୍ଥଳରେ ପହଞ୍ଚି ପୋଲ ଦେଇ ଯାତାୟତ କରୁଥିବା ସମସ୍ତ ଗାଡିରୁ ଅଟକାଇଥିଲୁ । ଘଟଣାଟି ଦିନ ବେଳରେ ହେଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ପ୍ରଶ୍ନ ଉଠୁଛି ପୋଲର ସ୍ଥିତି ଭଲ ଥିଲା ମାତ୍ର ଏପରି କାହିଁକି ଭୁଶୁଡିଲା । ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅନୁମାନ କରାଯାଉଛି ।
ଇଟିଭି ଭାରତ, ଯାଜପୁର