ETV Bharat / state

ସ୍ମିତାରାଣୀଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ, ସିବିଆଇ ତଦନ୍ତ ଦାବି

author img

By

Published : Nov 1, 2019, 6:55 PM IST

ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁରୁ ପରଦା ହଟୁନଥିବାବେଳେ ତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ପରିବାରକୁ ଭେଟିବା ସହ ଆଗାମୀ ବିଧାନସଭାରେ ଏହାକୁ ଉପସ୍ଥାପନ କରାଯିବ ବୋଲି କହିଛି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର 15 ଦିନ ପରେ ବି ରହସ୍ୟ ଉପରୁ ପରଦା ହଟୁନି । ପୋଲିସ ଏହାକୁ ପ୍ରେମଜନୀତ ଆତ୍ମହତ୍ୟା କହିଥିବାବେଳେ ଏହାକୁ ମାନିବାକୁ ନାରାଜ ସ୍ମିତାରାଣୀଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଗତକାଲି(ଗୁରୁବାର) ନ୍ୟାୟ ଦାବିରେ କଂଗ୍ରେସ ରାଜଭବନ ଘେରାଉ କରିଥିବାବେଳେ ଆଜି(ଶୁକ୍ରବାର) ବିଜେପି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ତାଙ୍କ ପରିବାରକୁ ଭେଟିଛନ୍ତି ।

ମୃତ ସ୍ମିତାରାଣୀଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ, ସିବିଆଇ ତଦନ୍ତ ଦାବି

ବିଜେପି ପ୍ରତିନିଧି ଦଳ ସ୍ମିତାରାଣୀଙ୍କ ବାପାଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସ୍ମିତାରାଣୀଙ୍କ ବାପା ଏହି ଘଟଣାରେ ବିଜେପି ପ୍ରତିନିଧି ଦଳର ସହାୟତା ମାଗିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବି କରିଥିଲେ । ସ୍ଥାନୀୟ ପୋଲିସର ତଦନ୍ତ ଉପରେ ଭରସା ନାହିଁ ଏବଂ ବିଭିନ୍ନ ଆଡୁ ଆସୁଥିବା ମାନସିକ ଚାପ ଯୋଗୁଁ ସ୍ମିତାରାଣୀଙ୍କ ବାପା ନିଜ ଗାଁ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ । ସେ ନିଜକୁ ଅସୁରକ୍ଷିତ ମଣୁଥିବା କହିବା ସହ ଘଟଣାର ସିବିଆଇ ଦାବିକୁ ଦୋହରାଇଥିଲେ । ଏପଟେ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଳ ଏହି ଘଟଣାର ତଦନ୍ତ ସିବିଆଇ ମାଧ୍ୟମରେ କରାଯାଉ ଏବଂ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବାର ଅଭିଯୋଗ କରିଥିଲେ ।

ପରିବାରକୁ ଭେଟିବା ଅବସରରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଆଗାମୀ ବିଧାନସଭାରେ ଉପସ୍ଥାପନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ମଗାଯିବ ବୋଲି ବିଜେପି କହିଛି । ଏହାସହ ଯଦି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ନ ମିଳେ ବିଧାନସଭାକୁ ଅଚଳ କରାଯିବ ବୋଲି ଦଳ ଚେତାବନୀ ଦେଇଛି । ସେହିପରି ରାଜ୍ୟ ପୋଲିସ ହେଉ ଅବା କ୍ରାଇମବ୍ରାଞ୍ଚ ତଦନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ତଦନ୍ତ ଉପରେ ଭରସା ନାହିଁ, ସେଥିପାଇଁ ସିବିଆଇ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବିଜେପି କହିଛି । ଏହା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ବିଜେପି ପ୍ରତିଶୃତି ଦେଇଛି ।

ଗସ୍ତ ଅବସରରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସକୁ ନିକଟକୁ ମଧ୍ୟ ଯାଇଥିଲା ବିଜେପି ପ୍ରତିନିଧି ଦଳ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro: ସ୍ଥାନ - ଯାଜପୁର
ତା- ୧/୧୧/୧୯
ସ୍ଲଗ୍- ସ୍ମିତାରାଣୀଙ୍କ ପରିବାରକୁ ଭେଟିଲା ବିଜେପି ବିଧାୟକ ପ୍ରତିନିଧି ଦଳ, ଗାଁ ଛାଡିବେ ସ୍ମିତାରାଣୀଙ୍କ ପରିବାର
ଫର୍ମାଟ୍ - ପ୍ୟାକେଜ୍
ରିପୋର୍ଟ –ଜ୍ଞାନରଞ୍ଜନ ଓଝା
ଆଙ୍କର
ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ବିଜେପି ବିଧାୟକ ଦଳର ଏକ ପ୍ରତିନିଧି ଦଳ ଧର୍ମଶାଳା ଗସ୍ତ କରି ପେଂରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଚୋରାମୁହାଁରେ ସ୍ମିତାରାଣିଙ୍କ ପରିବାରକୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ । ପରେ ସ୍ମିତାରାଣି ମୃତ୍ୟୁବରଣ କରିଥିବା ଗେଷ୍ଟ ହାଉସ ନିକଟକୁ ଯାଇ ପେଂରିଯାଇଛି ଏହି ପ୍ରତିିନିଧି ଦଳ । ସ୍ମିତାରାଣିଙ୍କ ମୃତ୍ୟୁ ଘଟଣା ଆଗାମୀ ବିଧାନସଭାରେ ଉପସ୍ଥାପିତ ହେବା ସହ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରଛିି ବିଜେପି । ସେପଟେ ଏହି ଘଟଣାର ସିବିଆଇ ତଦନ୍ତ କରିବା ସହିତ ନିଜକୁ ଅସୁରକ୍ଷିତ ମଣି ସେମାନେ ଗାଁ ଛାଡିବାକୁ ନିଷ୍ପତି ନେଇଛନ୍ତି ବୋଲି ସ୍ମିତାରାଣିଙ୍କ ବାପା ସୂଚନା ଦେଇଛନ୍ତି ।

Body:
ଭିଓ୧
ସ୍ମିତାରାଣି ଙ୍କ ମୃତ୍ୟୁର ୧୫ ଦିନ ପରେ ବି ରସହ୍ୟ ଉପରୁ ପରଦା ହଟୁନି । ଗତକାଲି କଂଗ୍ରେସ ଏହି ଘଟଣାରେ ରାଜଭବନ ଘେରାଉ କରିବା ପରେ ଆଜି ବିଜେପି ବିଧାୟକ ଦଳର ଏକ ପ୍ରତିନିଧି ଦଳ ସ୍ମିତାରାଣିଙ୍କ ପରିବାରକୁ ଭେଟିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ସ୍ମିତାରାଣିଙ୍କ ପରିବାର ଲୋକଙ୍କୁ ଭେଟି ଏହି ଘଟଣାକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଯିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ନ ମିଳିଲେ ବିଧାନସଭାକୁ ଅଚଳ କରାଯିବ ବୋଲି ଚେତାବନି ଦେଇଛି । ରାଜ୍ୟ ପୋଲିସ ହେଉ ଅବା କ୍ରାଇମବ୍ରାଂଚ୍ ତଦନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ତଦନ୍ତ ଉପରେ ଭରଷା ନାହିଁ, ସେଥିପାଇଁ ସିବିଆଇ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ବିଜେପି ପ୍ରତିଶୃତି ଦେଇଛି ।
ବାଇଟ୍-ପ୍ରଦୀପ୍ତ ନାୟକ,ବିରୋଧୀ ଦଳ ନେତା
ବାଇଟ-ମୋହନ ମାଝି,ବିରୋଧୀ ଦଳ ମୁଖ୍ୟ ସଚେତକ
ବାଇଟ-ଗୋଲଖ ମହାପାତ୍ର,ମୁଖପାତ୍ର,ବିଜେପି
ଭିଓ୨
ପ୍ରତିନିଧି ଦଳ ଚୋରାମୁହାଁରେ ସ୍ମିତାରାଣିଙ୍କ ବାପାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଏହାପରେ ସ୍ମିତାରାଣିଙ୍କ ବାପା ଏହି ଘଟଣାରେ ବିଜେପି ପ୍ରତିନିଧି ଦଳର ସହାୟତା ମାଗିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବି କରିଥିଲେ । ସ୍ଥାନୀୟ ପୋଲିସର ତଦନ୍ତ ଉପରେ ଭରଷା ନାହିଁ ଏବଂ ବିଭିନ୍ନ ଆଡୁ ଆସୁଥିବା ମାନସିକ ଚାପ ଯୋଗୁଁ ସ୍ମିତାରାଣିଙ୍କ ବାପା ନିଜ ଗାଁ ଛାଡିବାକୁ ନିଷ୍ପତି ନେଇଛନ୍ତି । ସେ ନିଜକୁ ଅସୁରକ୍ଷିତ ମଣୁଥିବା କହିବା ସହ ଘଟଣାର ସିବିଆଇ ଦାବିକୁ ଦୋହରାଇଛନ୍ତି । ଏପଟେ ସ୍ମିତାରାଣିଙ୍କ ସ୍ୱାମୀ ସୁଶିଳ ଏହି ଘଟଣାର ତଦନ୍ତ ସିବିଆଇ ମାଧ୍ୟମରେ କରାଯାଉ ଏବଂ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସେ ଅଭିଯୋଗ କରିଛନ୍ତି ।
ବାଇଟ୍-ସଦାନନ୍ଦ ବିଶ୍ୱାଳ,ସ୍ମିତାରାଣୀଙ୍କ ବାପା
ବାଇଟ-ସୁଶିଳ ବିଶ୍ୱାଳ,ସ୍ମିତାରାଣୀଙ୍କ ସ୍ୱାମୀ

Conclusion:
ପାଂଭିଓ
ବିଜେପିର ବିଧାୟକ ଦଳର ଏହି ପ୍ରତିନିଧି ଦଳରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ବିଧାୟକ ସୁକାନ୍ତ ନାୟକ, ମୁକେଶ ମହାଲିଙ୍ଗପ୍ରମୁଖ ସାମିଲ ଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.