ETV Bharat / state

ଯାଜପୁରରେ କୁକୁଡା ମଡକ, ବାର୍ଡ ଫ୍ଲୁ ଆଶଙ୍କାରେ ଭୟଭୀତ ଚାଷୀ - ବାର୍ଡ ଫ୍ଲୁ ଆଶଙ୍କାରେ ଭୟଭୀତ କୁକୁଡା ଚାଷୀ

ଯାଜପୁର ଜିଲ୍ଲାରେ ଦେଖାଦେଇଥିବା କୁକୁଡା ମଡକକୁ ନେଇ ଚିନ୍ତାରେ ଚାଷୀ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀଙ୍କ ପକ୍ଷରୁ ଦାବି କରାଯାଇଛି। ଅଧିକ ପଢନ୍ତୁ...

jajpur
ବାର୍ଡ ଫ୍ଲୁ ଆଶଙ୍କାରେ ଭୟଭୀତ ଚାଷୀ
author img

By

Published : Feb 18, 2020, 10:31 AM IST

ଯାଜପୁର: ଜିଲ୍ଲାର ଅମ୍ବିକାଇ ଅଞ୍ଚଳରେ ଗତ କିଛି ଦିନ ଧରି କୁକୁଡା ମଡକ ନଜର ଆସିଛି। ଆଜି(ମଙ୍ଗଳବାର) ପୁଣି ସେହି ଅଞ୍ଚଳରେ ଆଉ ୩ଟି କୁକୁଡା ମରିଥିବା ଦେଖିବାକୁ ମିଳିଛି। କୁକୁଡା ମଡକର କୌଣସି କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ବାର୍ଡ ପ୍ଲୁଂ ହୋଇଥିବା ସନ୍ଦେହ କରୁଛନ୍ତି କୁକୁଡା ଚାଷୀ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀଙ୍କ ପକ୍ଷରୁ ଦାବି କରାଯାଇଛି।

ବାର୍ଡ ଫ୍ଲୁ ଆଶଙ୍କାରେ ଭୟଭୀତ ଚାଷୀ

ମଙ୍ଗଳବାର ଏନେଇ ଖବରପାଇ ଜିଲ୍ଲା ସଦରମହକୁମା ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ କୁକୁଡାଙ୍କ ନମୂନା ସଂଗ୍ରହ କରି ତାକୁ ପରୀକ୍ଷା ପାଇଁ କଟକ ଫୁଲନଖରାସ୍ଥିତ ଆନିମଲ ଡିଜିଜ୍ ରିସର୍ଚ ଇନଷ୍ଟିଚ୍ୟୁଟକୁ ପଠାଯାଇଛି ।

ରିପୋର୍ଟ ଆସିବା ପରେ କୁକୁଡା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି। ଏଥିସହିତ ଆଖପାଖ ଅଞ୍ଚଳରେ ଥିବା କୁକୁଡା ମାନଙ୍କୁ ପ୍ରତିଶେଧକ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.