ETV Bharat / state

ଆଦିଶକ୍ତି ମା' ବିରଜା: ସତୀଙ୍କ ନାଭି ପତିତ ହେବାରୁ ‘ନାଭିଗୟା’ ନାମେ ବିଖ୍ୟାତ - ଇଟିିଭି ଭାରତ ଯାଜପୁର ରଥଯାତ୍ରା

ପୁଣ୍ୟମୟୀ ବୈତରଣୀ ତଟରେ ଶକ୍ତି ସ୍ବରୁପିଣୀ ମା ବିରଜା ବିଦ୍ୟମାନ । ଓଡିଶାର ପ୍ରତି ଶକ୍ତିପୀଠରେ ଆଶ୍ବିନର ଦୁର୍ଗାପୂଜା ବିଶେଷ ରୂପେ ପାଳିତ ହୋଇଥାଏ । ତେବେ ବିରଜା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ସ୍ବତନ୍ତ୍ର । ଅଧିକ ପଢନ୍ତୁ...

4614770
author img

By

Published : Oct 1, 2019, 11:54 PM IST

Updated : Oct 2, 2019, 7:33 AM IST

ଯାଜପୁର: ଶକ୍ତି ଉପାସନା ଭାରତୀୟ ଧାର୍ମିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମା ମହାମାୟା ବିଭିନ୍ନ ନାମର ଓ ରୂପରେ ଆର୍ଯ୍ୟବର୍ତ୍ତର କୋଣେ ଅନୁକୋଣେ ବିରାଜିତା । ତନ୍ମଧ୍ୟରୁ ପୁଣ୍ୟମୟୀ ବୈତରଣୀ ତଟରେ ଶକ୍ତି ସ୍ବରୁପିଣୀ ମା ବିରଜା ବିଦ୍ୟମାନ । ଏକାଧାରରେ ଏହି ପୀଠ ଏକ ଧର୍ମପୀଠ, ଯଜ୍ଞପୀଠ, ପିଣ୍ଡ ପୀଠ, ଶକ୍ତିପୀଠ ଭାବରେ ଜଗତରେ ପ୍ରସିଦ୍ଧ । ଏହିଠାରେ ଦେବୀ ସତୀଙ୍କ ନାଭି ଅଂଶ ପଡିଥିବା ପୁରାଣରେ ବର୍ଣ୍ଣିତ । ଏଣୁ ଏହି ପୀଠର ନାମ ନାଭିଗୟା । ବିରଜା କ୍ଷେତ୍ରରେ ଦେବୀ ଦ୍ବିଭୁଜା ଦୁର୍ଗା ରୂପରେ ପୂଜିତା । ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରିଛନ୍ତି ।

ଆଦିଶକ୍ତି ମା' ବିରଜା

ଓଡିଶାର ପ୍ରତି ଶକ୍ତିପୀଠରେ ଆଶ୍ବିନର ଦୁର୍ଗାପୂଜା ବିଶେଷ ରୂପେ ପାଳିତ ହୋଇଥାଏ । ତେବେ ବିରଜା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ସ୍ବତନ୍ତ୍ର । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡଶ ଦିବସ ପୂଜା । ପ୍ରତିପଦା ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରାଣୀଙ୍କ ବିଜେ ପ୍ରତିମା ରଥାରୂଢ ହୋଇ ମନ୍ଦିର ଚାରିପଟେ ପ୍ରଦକ୍ଷିଣ କରିଥାନ୍ତି । ଏହି ରଥର ନାମ ସିଂହଧ୍ବଜ । ନବଦିନ ବ୍ୟାପି ପ୍ରତିଦିନ ଅପରାହ୍ନରେ ଏହା ମନ୍ଦିର ପରିକ୍ରମଣ କରେ । ଏହି ଦିବ୍ୟ ରଥରେ ରଥାରୁଢ଼ା ହୋଇ ମା ନଅ ଥର ବେଢ଼ା ପରିକ୍ରମଣ କରନ୍ତି । କଥିତ ଅଛି ରଥାରୂଢ ସମୟରେ ମା'ଦେବୀଙ୍କୁ ଦର୍ଶନ କଲେ ପଞ୍ଚପାତକ ନାଶ ହୋଇଥାଏ ।

ମା ବିରଜା ହେଉଛନ୍ତି ଶକ୍ତିମୟୀ ରୁଦ୍ରାଣୀ, ବ୍ରହ୍ମ ସ୍ବରୁପିଣୀ ଆଦିମାତା । ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଅଛି । ଏହି ପୀଠରେ ବିରାଜମାନ ହୋଇ ଭକ୍ତଙ୍କର ସକଳ ଦୁଃଖ କଷ୍ଟ ନିବାରଣ କରୁଛନ୍ତି ମା' ବିରଜା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 2, 2019, 7:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.