ଯାଜପୁର: ବିରଜା ବାହିନୀ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ । ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ରଥ ଚଳିତ ବର୍ଷ ଗଡିବା ନେଇ ହାଇକୋର୍ଟରୁ ରାୟ ପ୍ରକାଶ ପାଇବା ପରେ ଯାଜପୁରରେ ଖୁସିର ଲହରୀ ଖେଳିଯାଇଛି ।
ଯାଜପୁର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଭିଡ଼ କଟକଣା ଭିତରେ ମା’ବିରଜାଙ୍କର ଅନୁଷ୍ଠିତ ହେବାକୁ ଥିବା ନବଦିବସୀୟ ରଥଯାତ୍ରାକୁ ପାଳନ କରାଯିବା ରାୟକୁ ସ୍ବାଗତ କରିଛନ୍ତି ଯାଜପୁରର ବିରଜା ବାହିନୀ । ଏହି ରାୟ ପ୍ରକାଶ ପରେ ବିରଜା ବାହିନୀ ପକ୍ଷରୁ ମା’ଙ୍କ ମନ୍ଦିର ଚତୁପାର୍ଶ୍ବରେ ବାଣଫୁଟାଇ ଏକ ଶୋଭା ଯାତ୍ରା କରି ମା’ଙ୍କ ଜୟଗାନ କରିଥିଲେ । ମା’ଙ୍କ ମନ୍ଦିର ବାହାରେ ପ୍ରଦୀପ ପ୍ରଜ୍ବଳନ କରି ଆଶୀର୍ବାଦ କାମନା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ