ଯାଜପୁର : ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ହୋଇଥିବା ମନରେଗା ଯୋଜନାରେ ଦୁର୍ନୀତି ଘଟଣା । ଏ ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ଦଳ ଆଜି( ଗୁରୁବାର) ପହଞ୍ଚିଛି । କେନ୍ଦ୍ରୀୟ ଟିମ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲା ।
ଏହି ପଞ୍ଚାୟତରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । କେବଳ ବଙ୍ଗରା ପଞ୍ଚାୟତ ନୁହେଁ ବ୍ଲକର ଅନେକ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବ ଏ ଟିମ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ