ETV Bharat / state

ମା ବିରଜାଙ୍କ 'ବନଜାଗ ଯାତ୍ରା' ଆରମ୍ଭ

author img

By

Published : Sep 11, 2019, 10:57 AM IST

ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ । ତେଣୁ ଏନେଇ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ବ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ପରମ୍ପରା ଅନୁଯାୟୀ ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ । ତେଣୁ ଏନେଇ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ବ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖାଯାଇଛି । ଏଥିସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତଙ୍କୁ ବରଣୀ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏପଟେ ଗତ ମଙ୍ଗଳବାର ସଂନ୍ଧ୍ୟାରେ ବଳି ମଣ୍ଡପରେ ବିଧି ମୁତାବକ ଦେବୀ ସାବିତ୍ରୀ ଓ ସରସ୍ବତୀଙ୍କ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ତେବେ ପୂଜା ପରେ ଦେବୀଙ୍କ ସିଂହଧ୍ବଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଥିବାବେଳେ ଚଳିତ ବର୍ଷ ପାରମ୍ପରିକ ରୀତିନୀତି ଅନୁଯାୟୀ ହାଟ ନିକଟସ୍ଥ ନାୟକସାହି ଅନନ୍ତ ବାରିକଙ୍କ ବାଡିରୁ କାଷ୍ଠ ସଂଗ୍ରହ କରାଯାଇଛି ।

ତେବେ ସୁନିଆଁ ପରଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ଏପଟେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ କାର୍ଯ୍ୟ ର ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.