ETV Bharat / state

ଅଶାନ୍ତ ଖଣି ସଂସ୍ଥା ଶ୍ରମିକ, 7 ମାସ ହେବ ମିଳିନି ଦରମା - Balasore Alloys Limited staff protest

ଶ୍ରମିକଙ୍କ ପେଟରେ ଲାତ ମାରିଛି ଖଣି ସଂସ୍ଥା ବାଲେଶ୍ଵର ଆଲଏଜ୍ ଲିମିଟେଡ ! ବକେୟା ଦରମା ସହ ୭ ଦଫା ଦାବିରେ ଶ୍ରମିକ ଓ କର୍ମଚାରୀ । ଅଧିକ ପଢନ୍ତୁ..

ଅଶାନ୍ତ ଖଣି ସଂସ୍ଥା ଶ୍ରମିକ, 7 ମାସ ହେବ ମିଳିନି ଦରମା

author img

By

Published : Oct 28, 2020, 8:05 PM IST

Updated : Oct 28, 2020, 9:17 PM IST

ଯାଜପୁର: ଶ୍ରମିକ ମାରଣ ନୀତି ଅବଲମ୍ବନ କରିଛି ଖଣି ସଂସ୍ଥା ବାଲେଶ୍ଵର ଆଲଏଜ୍ ଲିମିଟେଡ । କୋରୋନା କାଳରେ ଛଡେଇ ନେଇଛି ଶହ ଶହ ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା। ୭ ମାସ ହେବ ଶ୍ରମିକ ଓ କର୍ମଚାରୀଙ୍କୁ ଦେଉନାହିଁ ଦରମା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ। ଏଣୁ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ ଓ କର୍ମଚାରୀ।

ଏ ନେଇ ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ଶ୍ରମିକ ଓ କର୍ମଚାରୀ । ଯାଜପୁର କାଳିଆପାଣି ଠାରେ ଥିବା ବାଲେଶ୍ଵର ଆଲଏଜ୍ କ୍ରୋମାଇଟ୍ ଖଣିରେ ଏଭଳି ପରିସ୍ଥିତି ଉପୁଜିଛି।

ଅଶାନ୍ତ ଖଣି ସଂସ୍ଥା ଶ୍ରମିକ, 7 ମାସ ହେବ ମିଳିନି ଦରମା

ଯାଜପୁର ସୁକିନ୍ଦା ଖଣି ଉପତ୍ୟକାର କଲିଆପାଣି ଠାରେ ଥିବା ବାଲେଶ୍ଵର ଆଲଏଜ୍ କ୍ରୋମାଇଟ୍ ଖଣିରେ ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଖଣି କର୍ତ୍ତୃପକ୍ଷ ଦୀର୍ଘ ୭ ମାସ ହେବ ଦରମା ଦେଇନଥିବା ଅଭିଯୋଗ ହୋଇଛି। ତେବେ ବକେୟା ଦରମା ସହ ୭ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଓ କର୍ମଚାରୀ । ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।

ଅଭିଯୋଗ ମୁତାବକ ଖଣି କର୍ତ୍ତୃପକ୍ଷ ଗତ ୭ ମାସ ହେବ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଦରମା ଦେଇନାହାନ୍ତି। ଏଥିସହିତ ଦେଢ ବର୍ଷ ହେବ ଇପିଏଫ୍ ଡିପୋଜିଟ୍ ହୋଇନଥିବା ବେଳେ ବୋନସ ମଧ୍ୟ ପ୍ରଦାନ କରାଯାଇନାହିଁ। ଫଳରେ କୋରୋନା କାଳରେ ଶ୍ରମିକ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲା ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟ ହୋଇ ଶ୍ରମିକମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଥାଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବା ସହ ଖଣି ସମ୍ମୁଖରେ ଶ୍ରମିକମାନେ ସପରିବାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ମହାମାରୀ କୋରୋନା କାଳରେ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଏଭଳି ନିର୍ଯ୍ୟାତିତ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଶ୍ରମିକ ଓ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ। ତେବେ ତୁରନ୍ତ ଏହି ଶ୍ରମିକ ଓ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଖଣିରୁ କ୍ରୋମ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଏନେଇ ଖଣି କର୍ତ୍ତୁପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶ୍ରମିକ ଓ କର୍ମଚାରୀଙ୍କୁ ତୁରନ୍ତ ବକେୟା ଦରମା ପ୍ରଦାନ ପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ତୁରନ୍ତ ଏହି ଶ୍ରମିକ ଓ କର୍ମଚାରୀଙ୍କ ଦାବି ପୂରଣ କରାନଗଲେ, ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଦେଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

Last Updated : Oct 28, 2020, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.