ETV Bharat / state

କଣ୍ଟେନମେଣ୍ଟ ଜୋନରେ ମୋବାଇଲ ଏଟିଏମ୍ ଭ୍ୟାନ ଯୋଗାଇଲା ବ୍ୟାଙ୍କ - ଯାଜପୁର କଣ୍ଟେନମେଣ୍ଟ ଜୋନରେ ଆକ୍ସିସ ବ୍ୟାଙ୍କ ଯୋଗାଇଲା ମୋବାଇଲ ଏଟିଏମ୍ ଭ୍ୟାନ

ଯାଜପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏହାକୁ ଦେଖି ଜିଲ୍ଲା ପ୍ରଶାସନ ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ପାଇଁ ଏକ ପ୍ରମୁଖ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ଭ୍ୟାନ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

axis-bank-provide-mobilevan-atm-facilities-in-containment-zone-of-jajpur
କଣ୍ଟେନମେଣ୍ଟ ଜୋନରେ ମୋବାଇଲ ଏଟିଏମ୍ ଭ୍ୟାନ ଯୋଗାଇଲା ଆକ୍ସିସ ବ୍ୟାଙ୍କ
author img

By

Published : May 9, 2020, 6:38 PM IST

ଯାଜପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏହାକୁ ଦେଖି ଜିଲ୍ଲା ପ୍ରଶାସନ ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି ଆଧାରରେ ୧୯ଗୋଟି କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟରୁ ହଟେଇ ଦିଆଯାଇଛି ।

କଣ୍ଟେନମେଣ୍ଟ ଜୋନରେ ମୋବାଇଲ ଏଟିଏମ୍ ଭ୍ୟାନ ଯୋଗାଇଲା ଆକ୍ସିସ ବ୍ୟାଙ୍କ

ଯାଜପୁର ଜିଲ୍ଲାର ୧୭ ଗୋଟି ଅଞ୍ଚଳରେ ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନ୍‌ମେଣ୍ଟକୁ ବଳବତ୍ତର ରଖାଯାଇଛି । ଏହି ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ପାଇଁ ଏହି ପ୍ରମୁଖ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ଭ୍ୟାନ ସଂପୃକ୍ତ ଅଂଚଳକୁ ପ୍ରେରଣ କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ମୋବାଇଲ ଏଟିଏମ୍ ଭ୍ୟାନକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ । ଏହି ଏଟିଏମ୍ ମାଧ୍ୟମରେ ଲୋକମାନେ ଘର ପାଖରେ ଟଙ୍କା ଉଠେଇବାର ସୁବିଧା ପାଇପାରିବେ ବୋଲି ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କୁଳମଣି ନାୟକ, ଯାଜପୁର ବି.ଡି.ଓ. ସୌରଭ ଚକ୍ରବର୍ତୀ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ବ୍ୟାଙ୍କ ମ୍ୟାନେଜର ଅପୂର୍ବ ରଂଜନ ମହାପାତ୍ର, ସରକାରୀ ସଂପର୍କ ପ୍ରବନ୍ଧକ ସନ୍ଦିପ ମହାନ୍ତି , ସେଲସ୍ ମ୍ୟାନେଜର ସୁଶାନ୍ତ ସାମଲ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.