ETV Bharat / state

ଘରୋଇ କଳିରୁ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, SPଙ୍କୁ ଭେଟି ନ୍ୟାୟ ମାଗିଲେ ପୀଡିତ - jajpur sp

ଯାଜପୁର ଜିଲ୍ଲା ବରୀ ଥାନାରେ ୨ ପରିବାର ମଧ୍ୟରେ ଗଣ୍ଡଗୋଳ । ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ଥାନାରେ ଅଭିଯୋଗ ପରେ ମଧ୍ୟ ନୀରବ ପୋଲିସ । ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କଲେ ଅଭିଯୋଗକାରୀ ଦମ୍ପତି । ଅଧିକ ପଢନ୍ତୁ...

ଘରୋଇ କଳିରୁ ବୃଦ୍ଧ ଦମ୍ପତିଙ୍କୁ ମରାଣାନ୍ତକ ଆକ୍ରମଣ , ଏସପିଙ୍କୁ ଭେଟି ନ୍ୟାୟ ଦାବି କଲେ ଅଭିଯୋଗକାରୀ

author img

By

Published : Aug 10, 2021, 5:21 PM IST

ଯାଜପୁର: ବରୀ ଥାନା ଅଧୀନ ଭୁରୁଙ୍ଗା ଗାଁରେ ଚାଳ ଛପରକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ। ଥାନାରେ ଦ୍ବାରସ୍ଥ ହେଲେ ଆକ୍ରମଣର ଶିକାର ବୃଦ୍ଧ ଦମ୍ପତି । ମାସେ ହେଲା ଏତଲା ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ । ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ଅଭିଯୋଗ କଲେ ଆକ୍ରମଣରେ ପୀଡିତ ବୃଦ୍ଧ ଦମ୍ପତି ।

ଘରୋଇ କଳିରୁ ବୃଦ୍ଧ ଦମ୍ପତିଙ୍କୁ ମରାଣାନ୍ତକ ଆକ୍ରମଣ , SPଙ୍କୁ ଭେଟି ନ୍ୟାୟ ମାଗିଲେ ପୀଡିତ

ସୂଚନା ମୁତାବକ ବରୀ ଥାନା ଭୁରୁଙ୍ଗ ଗାଁରେ ରୁହନ୍ତି ଶ୍ରୀଧର ମଳିକଙ୍କ ପରିବାର। ତାଙ୍କ ଘରକୁ ଲାଗି ରୁହନ୍ତି ଶ୍ରୀଧରଙ୍କ ବଡ଼ ଭାଇ ରାମଚନ୍ଦ୍ର ମଳିକଙ୍କ ପରିବାର। ତେବେ ଦୁଇ ପରିବାର ସମୁଦାୟ ୩ ଗୁଣ୍ଠ ଜମିରେ ବାସ କରୁଥିବା ବେଳେ ଏହି ଜମିକୁ ହାତେଇବା ପାଇଁ ଶ୍ରୀଧରଙ୍କ ବଡ଼ ଭାଇ ରାମଚନ୍ଦ୍ର ଓ ତାଙ୍କ ପୁଅମାନେ ଗଣ୍ଡଗୋଳ କରୁଥିବା ବିଭିନ୍ନ ସମୟରେ ଶ୍ରୀଧର ବରୀ ଥାନାରେ ଅଭିଯୋଗ କରିଆସିଛନ୍ତି ଶ୍ରୀଧର ।

ତେବେ ଗତ ମାସ ୬ ତାରିଖରେ ଶ୍ରୀଧର ରହୁଥିବା ଚାଳଘରକୁ ଛପର କରିବାକୁ ଶ୍ରୀଧର ଚଢିଥିବା ଦେଖି ରାମଚନ୍ଦ୍ର ଓ ତାଙ୍କ ୩ ପୁଅ ଶ୍ରୀଧରଙ୍କ ସହ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଶ୍ରୀଧର ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ତେବେ ବଡ଼ଭାଇ ଓ ପୁତୁରାଙ୍କ ନାଁରେ ବରୀ ଥାନାରେ ଆଜକୁ ୧ ମାସରୁ ଉର୍ଦ୍ଧ୍ବ ହେବ ଅଭିଯୋଗ କରିଥିଲେ ବି ବରୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି ଶ୍ରୀଧର । ଏନେଇ ସେ ସପରିବାର ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ଅଭିଯୋଗ ଶୁଣିଲା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏସପି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.