ETV Bharat / state

ନାହିଁ ପକ୍କା ଘର, ବାରଣ୍ଡାରେ ଚାଲିଛି ବ୍ୟାସନଗର ଅଙ୍ଗନବାଡି କେନ୍ଦ୍ର - କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ

ଦୀର୍ଘଦିନ ଧରି ଚାଲୁଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 8, 2019, 3:10 PM IST

ଯାଜପୁର: ସ୍କୁଲ ବାରଣ୍ଡାରେ ଚାଲୁଛି ଅଙ୍ଗନୱାଡି କେନ୍ଦ୍ର । ଖରା ଓ ବର୍ଷାରେ ଦିନ କାଟୁଛନ୍ତି କୋମଳମତି ଛାତ୍ରଛାତ୍ରୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ଖଣ୍ଡାହତା ଅଙ୍ଗନବାଡି କେନ୍ଦ୍ରରେ । ଯାହାକୁ ନେଇ ସ୍ଥାନୀୟବାସୀ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।

ତେବେ ଏହି ସମସ୍ୟା ଦୀର୍ଘଦିନ ଧରି ଚାଲୁଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି । ବର୍ଷର 12ମାସ ଖରାବର୍ଷାରେ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ଏହାସହ ଏହି ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ମଧ୍ୟ ହେଉନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ । ଏସଂପର୍କରେ ସ୍ଥାନୀୟବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଆଜି ଯାଏଁ କୌଣସି ସୁଫଳ ମିଳିପାରି ନାହିଁ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଖୁବଶୀଘ୍ର ଏହି କେନ୍ଦ୍ର ପାଇଁ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:SLUG - ANGANWADI PROBLEM
FORMAT – PKG
REPORT – Gyanaranjan ojha
PLACE – JAJPUR
DATE –08.08.2019
ଆଙ୍କର - ସ୍କୁଲ ବାରଣ୍ଡାରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ଖରା ଓ ବର୍ଷାରେ ଦିନ କାଟୁଛନ୍ତି କୋମଳମତି ଛାତ୍ର ଛାତ୍ରୀ । ଯାଜପୁର ଜିଲା ବ୍ୟାସନଗର ଖଣ୍ଡାହତା ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଏ ନେଇ ସ୍ଥାନୀୟ ବାସୀ ଅଭିଯୋଗ କରୁଥିଲେ ହେଁ କୌଣସି ସୁପଂ ମିଳୁନାହିଁ ।କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଅଚାନକ ପରିଦର୍ଶନ କରି ସମସ୍ୟା ସଂପର୍କରେ ପଚାରିବୁଝିଥିଲେ । ଏ ନେଇ ଖୁବ ଶିଘ୍ର ଜାଗା ନେଇ ପକା ଘର ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଥିଲେ ।

Body:
ଭିଓ୧ - ନାହିଁ ଘର,ବାରଣ୍ଡାରେ ଚାଲୁଛି ପାଠ ପଢ଼ା । ଏ ହେଉଛି ବ୍ୟାସନଗର ତହସିଲ ଅନ୍ତର୍ଗତ ଖଣ୍ଡାହତା ଅଙ୍ଗନବାଡି କେନ୍ଦ୍ରର ଦୃଶ୍ୟ । ଯେଉଁଠି ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ । ଦୀର୍ଘଦିନ ହେଲା ଏମିତି ଅବସ୍ଥାରେ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି । ବର୍ଷର ବାରମାସ ଖରାବର୍ଷାରେ ଛାତ୍ର ଛାତ୍ରୀ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଦେଖାଦେଇଛି ଅସନ୍ତୋଷ ।
ବାଇଟ୍: ପ୍ରଭାସିନୀ ରାଉତ , ସ୍ଥାନୀୟ ମହିଳା
ବାଇଟ୍:ନିରାଞ୍ଜନ ରାଉତ , ସ୍ଥାନୀୟ ବାସୀନ୍ଦା
ଭିଓ୨ - ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ଏହି କେନ୍ଦ୍ରର ଅବସ୍ଥା ସଂପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି । ସେହିପରି ପ୍ରତ୍ୟେକ ଦିନ ଏଠାରେ ରୋଷେଇ ହେଉଥିଲେ ହେଁ ରୋଷେଇ ଘର ନାହିଁ । ପଂଳରେ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରୋଷେଇ ହେଉଛି । ଏ ସଂପର୍କରେ ସ୍ଥାନୀୟ ବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ସୁପଂଳ ମିଳିପାରି ନାହିଁ । ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତିଭୂମି ଯାଂଚ କରିବାକୁ ଯାଇଥିବା ପ୍ରତିନିଧି ଦଳ ଏଭଳି ଦୁରାବସ୍ଥା ଅନୁଧ୍ୟାନ କରିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଖୁବ ଶିଘ୍ର ଏହି କେନ୍ଦ୍ର ପାଇଁ ପକ୍କା ଘର ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ।
ବାଇଟ୍: ଗିତାଞ୍ଜଳି ଭଞ୍ଜ , ଅଙ୍ଗନୱାଡି କର୍ମୀ
ବାଇଟ୍: ସନ୍ତୋଷ କୁମାର ମିଶ୍ର

Conclusion:
ପାଂଭିଓ - ଦୀର୍ଘଦିନ ଧରି ଛାତ୍ର ଛାତ୍ରୀ ମାନେ ଏଭଳି ବିପଦ ସଂକୁଳ ଅବସ୍ଥାରେ ଶିକ୍ଷାଲାଭ କରୁଥିବା ବେଳେ କେବେ ଏମାନଙ୍କ ପାଇଁ ପକ୍କା ଘର ନିର୍ମାଣ ହେଉଛି ତାକୁ ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.