ETV Bharat / state

ପ୍ରେମ ବିବାହର କରୁଣ ପରିଣତି, ଏସପିଙ୍କ ଦ୍ବାରସ୍ଥ ପୁଅ ପରିବାର

ବିଞ୍ଝାରପୁର ଥାନା ରଣପୁର ଗାଁରେ ପ୍ରେମ ବିବାହ ପରେ ବର ଘରକୁ କନ୍ୟାପକ୍ଷ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପ୍ରେମ ବିବାହର କରୁଣ ପରିଣତି, ଏସପିଙ୍କ ଦ୍ବାରସ୍ଥ ପୁଅ ପରିବାର
ପ୍ରେମ ବିବାହର କରୁଣ ପରିଣତି, ଏସପିଙ୍କ ଦ୍ବାରସ୍ଥ ପୁଅ ପରିବାର
author img

By

Published : Mar 24, 2021, 8:46 PM IST

ଯାଜପୁର: ବିଞ୍ଝାରପୁର ଥାନା ରଣପୁର ଗାଁରେ ପ୍ରେମ ବିବାହ ଘଟଣା ପରେ କନ୍ୟା ପକ୍ଷ ବର ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୁଅର ପରିବାର ପାଣିକୋଇଲି ଏସପିଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି ।

ପ୍ରେମ ବିବାହ ପରେ ପୁଅ ଘରକୁ ଝିଅ ଘରର ଆକ୍ରମଣ ଅଭିଯୋଗ

ସୂଚନା ମୁତାବକ ଗତ ରଣପୁର ଗାଁର ଶରତ ମଲ୍ଲିକଙ୍କ ଝିଅ ସରୋଜିନୀ ସେହି ଗାଁର ବିଜୟ ମଲ୍ଲିକଙ୍କ ପୁଅ ରାକେଶକୁ ପ୍ରେମ କରୁଥିଲେ । ଏକଥା ଝିଅ ଘର ପକ୍ଷରୁ ଜାଣିବା ପରେ ଅନ୍ୟତ୍ର ଝିଅର ବିବାହ ପାଇଁ କରାଇବା ପାଇଁ ଚେଷ୍ଟା କରିଥିଲେ । ପରେ ପ୍ରେମୀଯୁଗଳ ଗତ ୪ ତାରିଖ ଦିନ ଘରୁ ଫେରାର ହୋଇ ଅନ୍ୟତ୍ର ଏକ ମନ୍ଦିରରେ ବିବାହ କରିଥିଲେ । ବିବାହ ଖବର ପାଇବା ପରେ ଝିଅ ପକ୍ଷ ପୁଅର ବାପା ବିଜୟଙ୍କୁ ମାରଧର କରି ଝିଅକୁ ଫେରାଇବା ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏନେଇ ବିଜୟଙ୍କ ପରିବାର ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପରିବାରକୁ ନ୍ୟାୟ ନଦେବା ଫଳରେ ଆଜି ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଏସପି କାର୍ଯ୍ୟାଳୟରେ ପହଞ୍ଚି ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ବିଜୟଙ୍କ ପରିବାର ।

ତେବେ ଏସପି ରାହୁଲ ପିଆର ସମସ୍ତ କଥା ଶୁଣିବା ପରେ ନ୍ୟାୟ ପାଇବାର ପ୍ରତିଶ୍ରୁତି ଦେବା ପରେ ଗାଁକୁ ଫେରିଛନ୍ତି ବିଜୟଙ୍କ ପରିବାର । ସେପଟେ ନିଜ ଶାଶୂଘରେ ଭଲରେ ଥିବା ସରୋଜିନୀ କହିବା ସହିତ ନିଜ ସ୍ବାମୀ, ଶାଶୁ ଓ ଶଶୁରଙ୍କର କିଛି କ୍ଷତି ନକରିବା ପାଇଁ ବାପଘର ଲୋକଙ୍କୁ ନିବେଦନ କରିଥିବା ଦେଖାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.