ETV Bharat / state

ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ

ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ଆୟୋଜିତ ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୃତି ଦଳକୁ ପୁରସ୍କୃତ କରିଥିଲେ ।  ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 13, 2019, 4:31 PM IST

ଯାଜପୁର: ଉଦ୍‌ଯାପିତ ହୋଇଛି ତିନି ଦିନ ଧରି ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା । ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଶେଷ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୃତି ଦଳକୁ ପୁରସ୍କୃତ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚର ପୁରୁଷ ବିଭାଗରେ ଝାଡଖଣ୍ଡ ଟିମକୁ 16-12 ଗୋଲରେ ପରାସ୍ତ କରି କେନ୍ଦୁଝର ଦଳ ଚାମ୍ପିଅନ ହୋଇଥିଲା ।

ସେହିପରି ମହିଳା ବିଭାଗରେ ଜଗତସିଂହପୁର ଟିମକୁ 21-12 ଗୋଲରେ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ବିହାର ଆଦି ବିଭିନ୍ନ ରାଜ୍ୟର 15ରୁ ଅଧିକ ମହିଳା ଓ ପୁରୁଷ ଦଳ ଅଂଶ ଗ୍ରହଣ କରିଥିଲେ ।

ପ୍ରଥମ ଥର ପାଇଁ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ଏହି ପ୍ରତିଯୋଗିତାର ସଫଳତାର ସହ ଆୟୋଜନ କରିଥିବାରୁ ଖେଳାଳିମାନେ ବେଶ୍ ପ୍ରଶଂସା କରିଥିଲେ । ଅନ୍ୟପଟେ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଅତିଥି ଯୋଗ ଦେଇ ଛତିଆକୁ ହ୍ୟାଣ୍ଡବଲ ଖେଳର ଏନ୍ତୁଡିଶାଳ ବୋଲି ବର୍ଣ୍ଣନା କରିଥିଲେ ।

ଏଥିସହ କେନ୍ଦ୍ରମନ୍ତ୍ରୀ ଉଭୟ ଚାମ୍ପିଅନ ଓ ରନରର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହ ହ୍ୟାଣ୍ଡବଲ ଖେଳରେ ଆନ୍ତର୍ଜାତୀୟସ୍ତରରେ କୃତୀତ୍ବ ଅର୍ଜନ କରିଥିବା ଛତିଆର ଖେଳାଳୀ ବିପ୍ଲବ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ହ୍ୟାଣ୍ଡବଲ ଖେଳକୁ ଗୁରୁତ୍ବ ଦେବାକୁ ଭାରତ ସରକାର ଉଦ୍ୟମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Handball closing
format-pkg
reporter-Gyanaranjan ojha
place-jajpur
date-13.10.2019
Anchor---ଉଦ୍ଯାପିତ ହୋଇଯାଇଛି ଯାଜପୁର ଜିଲ୍ଲା ହ୍ୟାଣ୍ଡବଲ ଅସୋସିଏସନ ପକ୍ଷରୁ ଛତିଆରେ ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା । ଅନୁଷ୍ଠିତ ଫାଇନାଲ ମ୍ୟାଚର ପୁରୁଷ ବିଭାଗରେ ଝାଡଖଣ୍ଡ ଟିମକୁ ପରାସ୍ତ କରି କେନ୍ଦୁଝର ଦଳ ଚାମ୍ପିଅନ୍ ହୋଇଥିଲା । ସେହିପରି ମହିଳା ବିଭାଗରେ ଜଗତସିଂହପୁର ଟିମକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଦଳ ଚାମ୍ପିଅନ ହୋଇଛି ।
Body:
ଭିଓ-୧-ଯାଜପୁର ଜିଲ୍ଲା ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ତିନି ଦିନ ଧରି ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚର ପୁରୁଷ ବିଭାଗରେ ଝାଡଖଣ୍ଡ ଟିମକୁ ୧୬-୧୨ଗୋଲରେ ପରାସ୍ତ କରି କେନ୍ଦୁଝର ଦଳ ଚାମ୍ପିଅନ ହୋଇଛି । ସେହିପରି ମହିଳା ବିଭାଗରେ ଜଗତସିଂହପୁର ଟିମକୁ ୨୧-୧୨ଗୋଲରେ ଆନ୍ଧ୍ରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ବିହାର ଆଦି ବିଭିନ୍ନ ରାଜ୍ୟର ୧୫ରୁ ଅଧିକ ମହିଳା ଓ ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ । ଉଭୟ ଫାଇନାଲ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଯାହାକୁ ଉତ୍ସାହିତ କରିଥିଲେ ଉପସ୍ଥିତ କ୍ରୀଡାପ୍ରେମୀ । ପ୍ରଥମ ଥର ପାଇଁ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ଏହି ଖେଳ ସଫଳତାର ସହ ଆୟୋଜନ କରିଥିବାରୁ ଖେଳାଳୀମାନେ ବେଶ୍ ପ୍ରଶଂସା କରିଥିଲେ ।
ବାଇଟ୍ – ପ୍ରସନ୍ନା (ଚାମ୍ପିଅନ୍ ଆନ୍ଧ୍ରପ୍ରଦେଶ ଟିମ୍)
ବାଇଟ୍ – ଏମ୍. କାର୍ତିକେୟନ୍ (କୋଚ୍, ପଣ୍ଡିଚେରୀ)
ଭିଓ-୨-ଆୟୋଜିତ ଉଦ୍ଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥିଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଯୁବନେତା ଅମର ନାୟକ, ଶାରଦା ପ୍ରଧାନ ପ୍ରମୁଖ ଯୋଗଦେଇ ଛତିଆକୁ ହ୍ୟାଣ୍ଡବଲ ଖେଳର ଅନ୍ତୁଡିଶାଳ ବୋଲି ବର୍ଣ୍ଣନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଉଭୟ ଚାମ୍ପିଅନ ଓ ରନରର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହ ହ୍ୟାଣ୍ଡବଲ ଖେଳରେ ଆନ୍ତର୍ଜାତୀୟସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ଛତିଆର ଖେଳାଳୀ ବିପ୍ଲବ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଆଗାମୀ ଦିନରେ ହ୍ୟାଣ୍ଡବଲ ଖେଳକୁ ଗୁରୁତ୍ୱ ଦେବାକୁ ଭାରତ ସରକାର ଉଦ୍ୟମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ।
ବାଇଟ୍ – ରମେଶ ଚନ୍ଦ୍ର ପୃଷ୍ଟି (ସଂପାଦକ, ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍)
ବାଇଟ୍ – ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ରମନ୍ତ୍ରୀ)

Conclusion:
ଫାଭିଓ-ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ରୈାପ୍ୟ ଜୟନ୍ତୀ ଅବସରରେ ଏହି ସର୍ବଭାରତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରାଯାଇଥିବାରୁ ଅତିଥିମାନେ ଏହାକୁ ପ୍ରଶଂସା କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.