ETV Bharat / state

Holi 2022: ହୋଲି ଶୁଭେଚ୍ଛା ଜଣାଇଲେ ଆକାଶ

author img

By

Published : Mar 19, 2022, 1:47 PM IST

Updated : Mar 19, 2022, 2:28 PM IST

ଆଜି ହେଉଛି ରଙ୍ଗର ପର୍ବ ହୋଲି । ହୋଲି ଉତ୍ସବ ନେଇ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ପୁରପଲ୍ଲୀରେ ଜମୁଛି ରଙ୍ଗ ଖେଳ । ଅଧିକ ପଢ଼ନ୍ତୁ

Holi gathers in Korean constituency
Holi gathers in Korean constituency

ଯାଜପୁର: ଆଜି ହେଉଛି ପବିତ୍ର ହୋଲି ପର୍ବ । ହୋଲି ପର୍ବ ନେଇ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ପୁରପଲ୍ଲୀରେ ଜମୁଛି ରଙ୍ଗ ଖେଳ । ବିଶେଷ ଭାବରେ ପୌର ନିର୍ବାଚନ ଥିବାରୁ ବ୍ୟାସନଗର ପୌର ପରିଷଦରେ ହୋଲିର ଉତ୍ସାହ ଲୋକମାନଙ୍କ ଭିତରେ ଦେଖିବାକୁ ମିଳିଛି । ଆଉ ଏହି ରଙ୍ଗର ପର୍ବ ହୋଲିରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜର ୱାର୍ଡରେ ଘରକୁ ଘର ବୁଲି ହୋଲି ଶୁଭେଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ସାସଂଦ ଶ୍ରମିଷ୍ଠା ସେଠୀ ଜନସାଧାରଣଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ହୋଲି ଶୁଭେଚ୍ଛା ଜଣାଇଲେ ଆକାଶ

କୋଭିଡର ଭୟବହତା ଭିତରେ ସମଗ୍ର ଦେଶରେ ହୋଲି ଉତ୍ସବ ପାଳନ କରାଯାଉଛି । ଆନନ୍ଦ ଉତ୍ସାହର ସହ ସଭିଏଁ ହୋଲି ପାଳନ କରୁଛନ୍ତି। ଏ ପର୍ବ ପ୍ରେମ-ଭାତୃତ୍ୱ ଓ ଭାଇଚାରର ପ୍ରତୀକ । ଆଜି ରଙ୍ଗର ପର୍ବ ହୋଲି । ଏଭଳି ବାର୍ତ୍ତା ଦେଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ।

ଏହି ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ତେବେ କୋଭିଡର ପ୍ରାଦୁର୍ଭାବ କମିଥିଲେ ମଧ୍ୟ କୋଭିଡ ସମ୍ପୂର୍ଣ୍ଣ ରୂପେ କମିନାହିଁ । ତେଣୁ ସାଂସଦ ଶର୍ମିଷ୍ଠା ସେଠୀ ସମସ୍ତଙ୍କୁ ସତର୍କତାର ସହ ହୋଲି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 19, 2022, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.