ETV Bharat / state

ସସପେନ୍ସରେ ସ୍ମିତାରାଣୀ ମୃତ୍ୟୁ ମାମଲା: ସୋମବାର ଯାଜପୁର ବନ୍ଦ

author img

By

Published : Oct 21, 2019, 12:06 AM IST

ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି । ଏହି ଘଟଣାରେ ଏସପିଙ୍କ ପ୍ରେସ ବିବୃତ୍ତିକୁ ନେଇ ସରଗରମ ହୋଇଛି ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏହାର ଖୁଲାସା କରିବା ପରେ ଜୋର ଧରିଛି ରାଜନୀତି । ଅଧିକ ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁଙ୍କୁ ନେଇ ରାଜନୀତି, ସୋମବାର ବିଜେପିର ବନ୍ଦ ଡାକରା

ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା ଘଟଣାରେ ଏସପିଙ୍କ ପ୍ରେସ ବିବୃତ୍ତିକୁ ନେଇ ସରଗରମ ହୋଇଛି ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏହାର ଖୁଲାସା କରିବା ପରେ ଜୋର ଧରିଛି ରାଜନୀତି । ସ୍ମିତିରାଣୀ ଆତ୍ମହତ୍ୟା କରିବା ଏବଂ ତାଙ୍କ ସହ ରୂପେସ ଭଦ୍ରଙ୍କ ଅନୈତିକ ସମ୍ପର୍କ ଥିବା ଏବଂ ରୂପେସ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଯାଇଥିଲା । ଯାହାକୁ ଏକ ମନଗଢା କାହାଣୀ ବୋଲି ବିଜେପି କହୁଛି । ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେପି ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ମଧ୍ୟ ଦିଆଯାଇଛି । କଂଗ୍ରେସ ମଧ୍ୟ ଆନ୍ଦୋଳନ ପାଇଁ ପାଗ ଭିଡୁଛି । ବିଜେଡି କିନ୍ତୁ ରହିଛି ନିରବ । ସେପଟେ ସ୍ମିତାରାଣୀଙ୍କ ବାପା ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ନପାରି ସିବିଆଇ ତଦନ୍ତ ଦାବୀ କରିଛନ୍ତି ।

ସ୍ମିତାରାଣୀ ମୃତ୍ୟୁଙ୍କୁ ନେଇ ରାଜନୀତି, ସୋମବାର ବିଜେପିର ବନ୍ଦ ଡାକରା

ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି । ସସପେନ୍ସରେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଥିବାବେଳେ ଏସପିଙ୍କ ବିବୃତ୍ତି ପରେ ଜଟିଳ ହୋଇଛି ପରିସ୍ଥିତି । ଆଉ ଏହାର ପ୍ରତିବାଦରେ ସୋମବାର ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି । ପ୍ରାଥମିକ ତଦନ୍ତ ସମୟରେ କୋହଳ ଦଫା ଲଗାଇ ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥିବା ବି ଅଭିଯୋଗ କରିଛନ୍ତି ଆଇନଜୀବୀ।

ସେପେଟ ପ୍ରଥମଥର ଏହି ମାମଲାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ସରପଞ୍ଚ ସ୍ତ୍ରୀ । ସ୍ବାମୀ ନିର୍ଦ୍ଦୋଷ ଓ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ସରପଞ୍ଚ । ଗତ ଶନିବାର ଏସପି ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ କରିବା ସହ ଅନୈତିକ ସମ୍ପର୍କ ଯୋଗୁଁ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ବିବାଦ ବଢୁଥିବାବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ମିତାରାଣୀଙ୍କ ପରିବାର ।

ସନ୍ଦେହ ଘେରରେ ସ୍ମିତାରାଣୀ ମୃତ୍ୟୁ ମାମଲା । ସୋମବାର ବିଜେପିର ଜିଲ୍ଲା ବ୍ୟାପି ବନ୍ଦ ଡାକରା ଏବଂ କଂଗ୍ରେସର ଆନ୍ଦୋଳନ ଚେତାବନୀ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀକୁ କେତେଦୂର ଫଳପ୍ରଦ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-smitarani_death
format-pkg(followup)
reporter-Gyanaranjan ojha
place-jajpur
date-20.10.19
Anchor---ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା ଘଟଣାରେ ଏସପିଙ୍କ ପ୍ରେସ୍ ବିବୃତ୍ତିକୁ ରାଜନୀତି ସରଗରମ୍ । ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ ଏହାର ଖୁଲାସା କରିବା ପରେ ଜୋର ଧରିଛି ରାଜନୀତି । ସ୍ମିତିରାଣୀ ଆତ୍ମହତ୍ୟା କରିଥିବା ଏବଂ ତାଙ୍କ ସହ ରୂପେସ ଭଦ୍ରର ଅନୈତିକ ସମ୍ପର୍କ ଥିବା ଏବଂ ରୂପେସ୍ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଯାଇଥିଲା । ଯାହାକୁ ଏକ ମନଗଢା କାହାଣୀ ବୋଲି ବିଜେପି କହୁଛି । ଏହା ପ୍ରତିବାଦରେ ଆସନ୍ତା କାଲି ବିଜେପି ପକ୍ଷରୁ ଜିଲ୍ଲା ବନ୍ଦର ଡାକରା ମଧ୍ୟ ଦିଆଯାଇଛି । କଂଗ୍ରେସ ମଧ୍ୟ ଆନ୍ଦୋଳନ ପାଇଁ ପାଗ ଭିଡୁଛି । ବିଜେଡି ରହିଛି ନିରବ୍ । ସେପଟେ ସ୍ମିତାରାଣୀଙ୍କ ବାପା ମଧ୍ୟ ଏହାକୁ ଗ୍ରହଣ ନକରିବା ସହ ସିବିଆଇ ତଦନ୍ତ ଦାବୀ କରିଛନ୍ତି ।

Body:
vo-01--ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଜାଲରେ ଛନ୍ଦି ହୋଇରହିଛି । ଏସପିଙ୍କ ବିବୃତ୍ତି ପରେ ଜଟିଳ ହୋଇଛି ପରିସ୍ଥିତି । ଗତକାଲି ଏସପି ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ କରିବା ସହ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା ଏବଂ ସମ୍ପର୍କରେ ସ୍ଥାୟୀତ୍ବକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରିଣାମ ସ୍ବରୂପ ସେ ଆତ୍ମହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଦର୍ଶାଯାଇଥିଲା । ତେବେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଦର୍ଶାଇ ରୂପେସକୁ ଗିରଫ୍ କରି ପୋଲିସ୍ କୋର୍ଟ ଚାଲାଣ କରିଥିଲା । ଯାହା ସମ୍ପୂର୍ଣ୍ଣ କପୋଳ କଳ୍ପିତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବୀ କରି ବିଜେପି ପକ୍ଷରୁ ଆସନ୍ତା କାଲି ଜିଲ୍ଲା ବନ୍ଦର ଡାକରା ଦିଆଯାଇଛି । ସେପଟେ କଂଗ୍ରେସ ମଧ୍ୟ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛି । କଂଗ୍ରେସ ପକ୍ଷରୁ ମଧ୍ୟ ଆନ୍ଦୋଳନ ଦାନା ବାନ୍ଧୁଥିବା ସୂଚନା ମିଳିଛି । ଅନ୍ୟପଟେ ସ୍ମିତାରାଣୀଙ୍କ ବାପା ମଧ୍ୟ ଏହାକୁ ଗ୍ରହଣ ନକରିବା ସହ ସିବିଆଇ ତଦନ୍ତ ଦାବୀ କରିଛନ୍ତି । ସେ ଉଭୟ ପୋଲିସ୍ ବିବୃତ୍ତି ଏବଂ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅସ୍ବୀକାର କରୁଛନ୍ତି ।
bite-01--ବିଶ୍ବଜିତ୍ ନାୟକ, ବିଜେପି ନେତା
bite-02--ଆରତୀ ସ୍ବାଇଁ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ
bite-03--ସଦାନନ୍ଦ ବିଶ୍ବାଳ, ସ୍ମିତାରାଣୀଙ୍କ ବାପା
vo-02--ସ୍ମିତାରାଣୀଙ୍କ ମୃତ୍ୟୁ ହତ୍ୟା ନାଁ ଆତ୍ମହତ୍ୟା ତାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ପ୍ରଶ୍ନ ଉତ୍ଥାପନ ହୋଇଛି । ଏସପିଙ୍କ ବିବୃତ୍ତିକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା । ସାଧାରଣରେ ମଧ୍ୟ ଏହାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କ ନିଜ ଘରେ କିମ୍ବା ଶାଶୁଘରେ ଆତ୍ମହତ୍ୟା କଲେନାହିଁ କାହିଁକି? ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ରଙ୍କ ଫାର୍ମହାଉସରେ କାହିଁକି କଲେ ଆତ୍ମହତ୍ୟା ? ଦିନ ଦ୍ବିପ୍ରହରରେ ଏତେ ଲୋକଙ୍କ ଉପସ୍ଥିତରେ ସେ କିପରି କଲେ ଆତ୍ମହତ୍ୟା? ଅନ୍ୟମାନଙ୍କର ସମ୍ପୃକ୍ତିକୁ ପୋଲିସ୍ ପ୍ରମାଣ କରିବାକୁ ପଛଘୁଞ୍ଚା ଦେଲା କାହିକି? କେବଳ କ୍ଷମତାସୀନ ଦଳର ଚାପରେ ଘଟଣାରେ ଘଣ୍ଟ ଘୋଡାଇବାକୁ ପୋଲିସ୍ ଚେଷ୍ଟା କରିଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି । ଆଇନଗତ ଦୃଷ୍ଟିରୁ ଆଇନିଜୀବୀ ମଧ୍ୟ ଏକଥାକୁ ସନ୍ଦେହ ଦୃଷ୍ଟିରେ ବିଚାରକୁ ନେଉଛନ୍ତି । ପ୍ରାଥମିକ ତଦନ୍ତ ସମୟରେ କୋହଳ ଦଫା ଲଗାଇ ପୋଲିସ୍ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତ ଆଇନିଜିବୀ ।
bite-04--ନିର୍ମଳ ପଣ୍ଡା, ପିଇଓ ସଂଘର କର୍ମକର୍ତ୍ତା
bite-05--ସୁବାସ ନନ୍ଦ, ଆଇନିଜୀବୀ
bite-06--ଚରଣ ସିଂ ମୀନା, ଏସପି, ଯାଜପୁର

Conclusion:
fvo--ଆସନ୍ତା କାଲି ବିଜେପିର ଜିଲ୍ଲା ବ୍ୟାପି ବନ୍ଦ ଡାକରା ଏବଂ କଂଗ୍ରେସର ଆନ୍ଦୋଳନ ଚେତାବନୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀକୁ କେତେଦୂର ଫଳପ୍ରଦ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.