ଯାଜପୁର: ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ । ଶୁକ୍ରବାର ଯାଜପୁର ଜିଲ୍ଲାର ବରୀ-ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟରେ ହୋଇଥିବା ଦୁର୍ଘଟଣାର ଦୃଶ୍ୟ କଏଦ ହୋଇଛି । ଏକ ମୋଟର ସାଇକେଲ ସହ ଆଖୁ ଟ୍ରକ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ 2 ଜଣଙ୍କ ଗୁରୁତର ହୋଇଛନ୍ତି । ମୃତକ ହେଲେ ବନ୍ଧାଡିହ ଗ୍ରାମର ଚିନ୍ମୟ ମଲ୍ଲିକ ।
ସୂଚନାନୁସାରେ, ବରୀରୁ ଏକ ଆଖୁ ବୋଝେଇ ଟ୍ରକ ଯାଜପୁର ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା । ଏହା ପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଜଣେ ସାଇକେଲ ଆରୋହୀଙ୍କୁ ମଟର ସାଇକେଲ ଧକ୍କା ଦେଇଥିଲା । ଫଳରେ ଚିନ୍ମୟଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସମ୍ପର୍କୀୟ ଭାଇ ବଣ୍ଟି ମଲ୍ଲିକ ଓ ସାଉକେଲ ଆରୋହୀ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତା କଡରେ ମଦ ଦୋକାନ ଥିବାରୁ ଅନେକ ସମୟରେ ମଦ୍ୟପାନ କରି ଚାଳକ ଗାଡି ଚଳାଇଥାନ୍ତି । ଯଦ୍ବାରା ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ