ଯାଜପୁର : ପ୍ରାଣଘାତି କୋରୋନାରେ ପ୍ରାଣ ହରାଇଲେ ଯୁବ ବୈଜ୍ଞାନିକ ପ୍ରିୟଶ୍ଳୋକ ଆର୍ଯ୍ୟ । ଗତ କିଛି ଦିନ ଧରି କୋରୋନାରେ ଆକ୍ରାନ୍ତ ଥିଲେ । ପ୍ରିୟଶ୍ଳୋକ ବେଙ୍ଗାଲୁରୁରେ ରହି ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ । ଯାହାକୁ ନେଇ ତାଙ୍କ ଜନ୍ମମାଟିରେ ବିଞ୍ଝାରପୁର କଏଣା ରଘୁନାଥପୁର ଗାଁରେ ଶୋକର ଛାୟା ଖେଳିଯାଇଛି । ଓଡିଶାର ଜଣାଶୁଣା ଗାଳ୍ପିକ ଆର୍ଯ୍ୟ ଯଜ୍ଞଦତ ଓ ଲେଖିକା ଗାୟତ୍ରୀ ଆର୍ଯ୍ୟଙ୍କ ପୁଅ ହେଉଛନ୍ତି ପ୍ରିୟଶ୍ଳୋକ ।
ସେ ସ୍ଥାନୀୟ ବ୍ରଜସୁନ୍ଦର ହାଇସ୍କୁଲରେ ପାଠ ପଢି ଇଞ୍ଜିନିୟରିଂ ସାରିବା ପରେ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନିଯୁକ୍ତି ପାଇଥିଲେ । ପରେ ସେ ବେଙ୍ଗାଲୁରର ଡିଆରଡିଓରେ କାର୍ଯ୍ୟରତ ଥିବା ସମୟରେ କୋରୋନା ସଂକ୍ରମିତ ହୋଇଥିଲେ । ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ