ETV Bharat / state

ଯାଜପୁର ପୋଲିସର ମହାନତା: ବସଷ୍ଟାଣ୍ଡ ନିକଟରୁ ଜଣେ ମହିଳା ଓ ଶିଶୁକୁ କଲା ଉଦ୍ଧାର - ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ନିକଟରୁ ମହିଳା ଓ ଶିଶୁ ଉଦ୍ଧାର

ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ନିକଟରୁ ମହିଳା ଓ ଶିଶୁ ଉଦ୍ଧାର । ପାରିବାରିକ ଘଟଣାକୁ ନେଇ ମହିଳା ଜଣଙ୍କ ଘର ଛାଡି ଚାଲି ଆସିଥିବା ସୂଚନା ମିଳିଛି l ଅଧିକ ପଢ଼ନ୍ତୁ

ଯାଜପୁର ପୋଲିସର ମହାନତା : ବସଷ୍ଟାଣ୍ଡ ନିକଟରୁ ଜଣେ ମହିଳା ଓ ଶିଶୁକୁ କଲା ଉଦ୍ଧାର

author img

By

Published : Jun 29, 2022, 6:32 PM IST

ଯାଜପୁର : ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ନିକଟରୁ ଜଣେ ମହିଳା ଓ ଶିଶୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସର ଜିମା ଦେଇଛନ୍ତି । ସୂଚନା ମୁତାବକ ଆଜି ଅପରାହ୍ନରେ ଜନୈକା ମହିଳା ନିଜର ଦୁଇ ବର୍ଷର ପୁଅକୁ ଧରି ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ନିକଟରେ ବସି କାନ୍ଦୁଥିଲେ । ତେବେ ମହିଳା ଜଣଙ୍କ କାହିଁକି କାନ୍ଦୁଛନ୍ତି ସ୍ଥାନୀୟ ଲୋକେ ପଚାରିବାରୁ ସେ କିଛିବି କହିନଥିଲେ ।

ଯାଜପୁର ପୋଲିସର ମହାନତା : ବସଷ୍ଟାଣ୍ଡ ନିକଟରୁ ଜଣେ ମହିଳା ଓ ଶିଶୁକୁ କଲା ଉଦ୍ଧାର

ମହିଳା ଜଣଙ୍କର ଏଭଳି ଅବସ୍ଥାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ଛୁଆଟିକୁ ଉଦ୍ଧାର କରିଥିଲେ । ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ମହିଳା ଜଣଙ୍କ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ଜନୈକ ଯୁବକଙ୍କୁ ବିବାହ କରିଥିବା ବେଳେ ତାଙ୍କ ଘର ବ୍ରହ୍ମପୁର ଜିଲ୍ଲାର ବୋଲି ଜଣାପଡିଛି । କୌଣସି ପାରିବାରିକ ଘଟଣାକୁ ନେଇ ମହିଳା ଜଣଙ୍କ ଘର ଛାଡି ଚାଲି ଆସିଥିବା ସୂଚନା ମିଳିଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.