ଯାଜପୁର: ବିଞ୍ଝାରପୁର ଥାନା ଗୁଣ୍ଡୁରିପଡା ଗ୍ରାମରେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ମହିଳାଙ୍କ ଗଳାକାଟି ହତ୍ୟା କରିଥିବା ଘଟଣାର ସତ ସାମ୍ନାକୁ ଆସିଛି । ହତ୍ୟାକାରୀ ଆଉ କେହି ନୁହେଁ ବରଂ ମହିଳାଙ୍କ ସ୍ବାମୀ ଦିଗମ୍ବର ଦଳାଇ । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।
ଦିଗମ୍ବର ଗୁଜରାଟରେ କାମ କରୁଥିବା ବେଳେ ସ୍ତ୍ରୀ ରିତାରାଣୀ, ଶାଶୁ ଅନ୍ୟ ସଦସ୍ୟଙ୍କ ସହ ଝଗଡା କରନ୍ତି । ଏଥିରେ ମାନସିକ ଭାରସାମ୍ୟ ହରାଇ ଦିଗମ୍ବର ଘଟଣା ଦିନ ରାତିରେ ଏକାକି ଆସି ସ୍ତ୍ରୀଙ୍କୁ ପ୍ରଥମେ ମୁହଁକୁ ତକିଆରେ ମାଡି ଅଣନିଶ୍ୱାଃସୀ କରି ହତ୍ୟା କରିଥିଲା । ପରେ ଘର ବାହାରକୁ ନେଇ ତଣ୍ଟି କାଟି ଫେରାର ହୋଇଯାଇଥିଲା । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଓ ଅଭିଯୁକ୍ତ ମୋବାଇଲ ଫୋନ ଟ୍ରାକ କରି ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଏ ନେଇ ଯାଜପୁର ଏସଡିପିଓ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତକୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ