ଯାଜପୁର: ବିଭିନ୍ନ ଦାବି ନେଇ ଯାଜପୁର ଜିଲା ଦଶରଥପୁର ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଲକ ଡାଉନ ସମୟରେ ଗତ ୭/୮ ମାସ ଧରି ଘରୋଇ ବିଦ୍ୟାଳୟର ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଫିସ ନଦେଇ ବିଭିନ୍ନ ସରକାରୀ ବିଦ୍ୟାଳୟରେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଉଛନ୍ତି। ଏପରିକି ବିଦ୍ୟାଳୟର ଏସଏଲସି ନନେଇ ମଧ୍ୟ ଆଡମିସନ କରିଦେଉଥିବା ଅଭିଯୋଗ କରିଛି ସଂଘ ।
ଏଥିସହିତ ଶିକ୍ଷାଅଧିକାର ଆଇନ ଅନୁଯାୟୀ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଅର୍ଥ ସରକାରଙ୍କ ଠାରୁ ମିଳିବାର ନିୟମ ଥିଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ । ସରକାରୀ ବିଦ୍ୟାଳୟ ପରି ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ବଂଟନ କରିବାକୁ ଦାବି କରାଯାଇଛି । ଆଜି ଏ ନେଇ ଘରୋଇ ବିଦ୍ୟାଳୟର ସଂଘର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ଯାଜୁପୁୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ