ETV Bharat / state

4 ଦିନ ହେବ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ,ସୁରାକ ପାଉନି ପୋଲିସ - 8th class student missing

ଦୀର୍ଘ ଚାରିଦିନ ହେଲା ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସ୍କୁଲରୁ ନିଖୋଜ ହୋଇଛି । ଏ ବିଷୟରେ ଥାନାରେ ଅଭିଯୋଗ ପରେ ବି ଅଦ୍ୟାବଧି ପୋଲିସ କୌଣସି ସୁରାକ ପାଇପାରୁନାହିଁ। ଅଧିକ ଖବର ପଢନ୍ତୁ...

-student-missing
4 ଦିନ ହେବ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ,ସୁରାକ ପାଉନି ପୋଲିସ
author img

By

Published : Nov 28, 2019, 1:16 AM IST

ଯାଜପୁର:''ଯେଉଁଠି ଅଛୁ ପୁ୍ଅ ତୁ ଜଲଦି ପଳେଇ ଆସେ । ଘରେ ତତେ ତୋ ମା,ବାପା,ଦାଦା ଓ ଦାଦୀ ସମସ୍ତେ ଅପେକ୍ଷା କରିଛନ୍ତି।'' ଏମିତି କିଛି କହି ନିଜର ହଜିଲା ପୁଅକୁ ଖୋଜିବା ପାଇଁ ପୋଲିସକୁ ଆକୁଳ ନିବେଦନ କରିଛନ୍ତି ବାପା ଓ ମାଆ । କାରଣ 4ଦିନ ହେବ ରୁଷିଲା ପୁଅ ଘରୁ ଯାଇଛି ଯେ ଆଉ ଫେରିନି। ଏଭଳି ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ଗାୟତ୍ରୀ ବିହାର ଅଞ୍ଚଳରେ ।

ସୂଚନା ଥାଉକି,ଦୀର୍ଘ ଚାରିଦିନ ହେଲା ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନିଖୋଜ ହୋଇଛି । ଏ ବିଷୟରେ ଥାନାରେ ଅଭିଯୋଗ ପରେ ବି ଅଦ୍ୟାବଧି ପୋଲିସ କୌଣସି ସୁରାକ ପାଇପାରୁନାହିଁ। ଏପଟେ ଯାଜପୁର ରେଳ ଷ୍ଟେସନ ପାଖରୁ ପୁଅର ସାଇକେଲ ମିଳିବା ଘଟଣା ମାମଲାକୁ ଜଟିଳ କରିବା ସହ ମନରେ ଅନେକ ସନ୍ଦେହ ସୃଷ୍ଟି କରୁଛି।

4 ଦିନ ହେବ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ,ସୁରାକ ପାଉନି ପୋଲିସ

ଘଟଣାରୁ ପ୍ରକାଶ ଯେ, ଯାଜପୁର ରୋଡ ଥାନା ଅନ୍ତର୍ଗତ ଗାୟତ୍ରୀ ବିହାର ଅଞ୍ଚଳର ଛାତ୍ର ଅନୁପ ସିଂ। ସେ ସ୍ଥାନୀୟ ଦଳା ଠାରେ ଥିବା ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ପଢୁଥିଲେ। ହେଲେ ଗତ ଶୁକ୍ରବାର ରାତିରେ ଘରେ ମୋବାଇଲରେ ଖେଳିବାକୁ ନେଇ ଅନୁପର ମାଆ ତାଙ୍କୁ ଆକଟ କରିଥିଲେ। ଏଥିରେ ରାଗିଯାଇ ଅନୁପ ତା ପରଦିନ ଅର୍ଥାତ ଶନିବାର ସକାଳୁ ସ୍କୁଲ ଯାଉଛି କହି ଆଉ ଫେରିନଥିଲେ।

ଏପଟେ ଯାଜପୁର ରୋଡ ରେଳ ଷ୍ଟେସନରେ ନିଜର ସାଇକେଲ ରଖି କୌଣସି ଟ୍ରେନ ଯୋଗେ କେଉଁଆଡ଼େ ଚାଲିଯାଇଥିବାର ଥାନାରେ ଅଭିଯୋଗ କରିଛନ୍ତି ଅନୁପର ବାପା। ଏପଟେ ପୁଅକୁ ନପାଇ ଘରେ ମାଆ, ବାପାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୁଅକୁ ଶୀଘ୍ର ଖୋଜି ଆଣିଦେବାକୁ ବାପା, ମାଆ ଆକୁଳ ନିବେଦନ କରିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:Slug-- Student Missing.
Report-- Gyanaranjan ojha,Jajpur
ଦୀର୍ଘ ଚାରିଦିନ ହେଲା ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନିଖୋଜ ହୋଇଥିବା ଅଭିଯୋଗ ଥାନାରେ ହୋଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ କୌଣସି ସୁରାକ ପାଇପାରୁନାହିଁ। ଘଟଣାରୁ ପ୍ରକାଶ ଯେ, ଯାଜପୁର ରୋଡ ଥାନା ଅନ୍ତର୍ଗତ ଗାୟତ୍ରୀ ବିହାର ଅଞ୍ଚଳରେ ରହୁଥିବା ଅନୁପ ସିଂ ନାମକ ଅଷ୍ଟମ ଶ୍ରେଣୀର ଛାତ୍ର ସ୍ଥାନୀୟ ଦଳା ଠାରେ ଥିବା ଏକ ଘରୋଇ ସ୍କୁଲରେ ପଢିଥିଲେ। ଗତ ଶୁକ୍ରବାର ରାତିରେ ଘରେ ମୋବାଇଲ ରେ ଖେଳିବାକୁ ନେଇ ଅନୁପର ମାଆ ତାକୁ ଆକଟ କରିଥିଲେ। ଏଥିରେ ରାଗିଯାଇ ଅନୁପ ତହିଁ ପରଦିନ ଅର୍ଥାତ ଶନିବାର ସକାଳୁ ସ୍କୁଲ ଯାଉଛି କହି ଯାଜପୁର ରୋଡ ରେଳ ଷ୍ଟେସନରେ ନିଜର ସାଇକେଲ ରଖି କୌଣସି ଟ୍ରେନ ଯୋଗେ କେଉଁଆଡ଼େ ଚାଲିଯାଇଥିବାର ଥାନାରେ ଅଭିଯୋଗ କରିଛନ୍ତି ତାର ବାପା।ଅପର ପକ୍ଷେ ପୁଅକୁ ନପାଇ ଘରେ ମାଆ, ବାପାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୁଅକୁ ଶୀଘ୍ର ଖୋଜି ଆଣିଦେବାକୁ ବାପା, ମାଆ ଆକୁଳ ନିବେଦନ କରିଛନ୍ତି।
Bite-1-ରାଞ୍ଜୁ ଦେବୀ, ମା
Bite--2_ତାରେକସ୍ୱର ସିଂ,ବାପାBody:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.