ETV Bharat / state

NINLର ହେବ ବିନିବେଶ: ଚିନ୍ତାରେ 640 ବିସ୍ଥାପିତ ପରିବାର, ଅନ୍ଧାରରେ କର୍ମଚାରୀଙ୍କ ଭବିଷ୍ୟତ

author img

By

Published : Mar 31, 2021, 10:09 PM IST

ନୀଳାଚଳ ଇସ୍ପାତ୍ ଭଳି ରୁଗଣ ହୋଇ ପଡିରହିଥିବା ଶିଳ୍ପସଂସ୍ଥା ଗୁଡିକର ପୁନରୁଦ୍ଧାର ଓ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରୀୟ ବଜେଟରେ 1ଲକ୍ଷ 75ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ପାଇଁ ଘୋଷଣା କରାଯାଇଛି । ତେବେ କୋରୋନା ପ୍ରବେଶ କରିବା ଦିନ ଠୁଁ ଦୀର୍ଘ ପ୍ରାୟ 11ମାସ ହେବ କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଶ୍ରମିକ କର୍ମଚାରୀ, ଠିକା ଶ୍ରମିକ ଓ ଠିକାଦାରମାନେ ଦୁଃଖ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଅଧିକ ପଢନ୍ତୁ...

ବନ୍ଦ ପଡିଛି ନୀଳାଚଳ ଇସ୍ପାତ କାରଖାନା : ଚିନ୍ତାରେ 640 ବିସ୍ଥାପିତ ପରିବାର

ଯାଜପୁର: ଆର୍ଥିକ ସଙ୍କଟରେ ଜୁଝୁଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ପୁଞ୍ଜି ବିନିବେଶ ପାଇଁ କେନ୍ଦ୍ର ସରକାର ଚଳାଇଛନ୍ତି ପ୍ରସ୍ତୁତି । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ମାନି କାରଖାନାର ପୁଞ୍ଜି ନିବେଶକାରୀ ସଂସ୍ଥା ମାନେ ମଧ୍ୟ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି । ତେବେ ନୀଳାଚଳ ଇସ୍ପାତ ଭଳି ରୁଗଣ ହୋଇ ପଡିରହିଥିବା ଶିଳ୍ପ ସଂସ୍ଥା ଗୁଡିକର ପୁନରୁଦ୍ଧାର ଓ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରୀୟ ବଜେଟରେ 1ଲକ୍ଷ 75ହଜାର କୋଟି ଟଙ୍କା ପୁଞ୍ଜି ବିନିବେଶ ପାଇଁ ଘୋଷଣା କରାଯାଇଛି ।

କୋରୋନା ପ୍ରବେଶ କରିବା ଦିନ ଠାରୁ ଦୀର୍ଘ ପ୍ରାୟ 11ମାସ ହେବ କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ କର୍ମଚାରୀ, ଠିକା ଶ୍ରମିକ ଓ ଠିକାଦାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ସେପଟେ କାରଖାନାର ଘରୋଇକରଣ ପାଇଁ ଅନେକ ରୁଚିପତ୍ର ଆସୁଥିବା ବେଳେ କାରଖାନାକୁ ରଣନୀତିକ ବିକ୍ରି କରିବାକୁ କେନ୍ଦ୍ର ସରକାର ମସୁଧା ଚଳାଇଛନ୍ତି । ମାତ୍ର କାରଖାନା ବିକ୍ରି ପରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା କେତେଦୂର ଲାଭବାନ ହେବ ତାକୁ ନେଇ ସନ୍ଦିହାନ ହୋଇପଡିଛନ୍ତି ଶ୍ରମିକ କର୍ମଚାରୀ ଓ ବିସ୍ଥାପିତ ପରିବାର ।

ଯାଜପୁରର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ୍ କାରଖାନା (NINL) ପାଇଁ କେନ୍ଦ୍ର ସରକାରଙ୍କୁ ମିଳିଛି ଅନେକ ରୁଚିପତ୍ର । ଅନେକ ବିଡର ଏଥିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନକାନ୍ତ ପାଣ୍ଡେ ଟ୍ବିଟ କରି ସୂଚନା ଦେଇଛନ୍ତି । ଦୀପମ ଜାନୁଆରୀରେ NINLର ରଣନୀତିକ ବିକ୍ରି ପାଇଁ ପ୍ରାଥମିକ ବିଡ୍ ଆମନ୍ତ୍ରଣ କରିଥିଲା । ବିଡ୍ ଦାଖଲ ପାଇଁ ଶେଷ ତାରିଖ ଥିଲା ମାର୍ଚ୍ଚ 29 । ଏ ସମ୍ବନ୍ଧରେ ପାଣ୍ଡେ ଟ୍ବିଟରେ ଦର୍ଶାଇଛନ୍ତି ଯେ, NINLର ଘରୋଇକରଣ ପାଇଁ ଅନେକ ରୁଚିପତ୍ର ମିଳି ସାରିଛି । ପ୍ରକ୍ରିୟା ଏବେ ଦ୍ବିତୀୟ ପର୍ଯ୍ୟାୟକୁ ଆସିଛି । ନୀଳଚଳ ଇସ୍ପାତରେ 3 ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଥିବା ବେଳେ ଆଉ ଆର୍ଥିକ ସଙ୍କଟ ଯୋଗୁଁ କମ୍ପାନୀ ସେମାନଙ୍କୁ ଦୀର୍ଘ ପ୍ରାୟ 11ମାସ ହେବ ଦରମା ମଧ୍ୟ ଦେଇପାରୁ ନାହିଁ । ଏଥିଲାଗି କର୍ମଚାରୀ ମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ତେବେ ପୁଞ୍ଜି ପ୍ରତ୍ୟାହାର ପରେ କର୍ମଚାରୀଙ୍କ ଭବିଷ୍ୟତ କ’ଣ ହେବ ତାହା ଏବେ ଅନିଶ୍ଚିତ ହୋଇ ପଡିଛି । କାରଖାନା ପାଇଁ ବିସ୍ଥାପିତ ହୋଇଥିବା 640 ପରିବାର ସଦସ୍ୟ ମଧ୍ୟ ସେମାନଙ୍କର ଭାଗ୍ୟ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । ସେମାନେ କାରଖାନା ଘରୋଇକରଣକୁ ବିରୋଧ କରିବା ସହିତ ତୁରନ୍ତ ସରକାରଙ୍କ ନିଜସ୍ବ ଉଦ୍ୟମରେ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଜଣାଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ନୀଳାଚଳ ଇସ୍ପାତ କାରଖାନା ହେଉଛି MMTC, NMDC, MECON, BHEL ଭଳି ସରକାରୀ ଉଦ୍ୟୋଗର ଏକ ଜଏଣ୍ଟ ଭେଞ୍ଚର । ଏଥିରେ ଓଡିଶା ସରକାରଙ୍କ OMC ଓ ଇପିକଲ୍‌ର ବି ଅଂଶଧନ ରହିଛି । ଜାନୁଆରୀ ମାସରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ NINLରେ MMTC(49.78 ପ୍ରତିଶତ), NMDC(10.10 ପ୍ରତିଶତ), MECON(0.68 ପ୍ରତିଶତ), BHEL(0.68 ପ୍ରତିଶତ), IPICOL(12.00ପ୍ରତିଶତ) ଏବଂ OMC(20.47 per cent)ର ଇକ୍ୟୁଟି ସେୟାରର ରଣନୀତିକ ବିନିବେଶକୁ ମଞ୍ଜୁରୀ ଦେଇଥିଲା । ଏବେ ଏହି କମ୍ପାନୀର ଘରୋଇକରଣ ପାଇଁ ସରକାରଙ୍କୁ ଅନେକ ରୁଚିପତ୍ର ମିଳିଛି । 2021-22 ପାଇଁ କେନ୍ଦ୍ର ସରକାର ରୁଗଣ ଶିଳ୍ପସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ 1.75 ଲକ୍ଷ କୋଟି ଟଙ୍କାର ବିନିବେଶ ପାଇଁ ଲକ୍ଷ୍ୟ ରଖିଛନ୍ତି । ସଂଶୋଧିତ ଅନୁମାନରେ ସରକାର ଚଳିତ ଆର୍ଥିକ ବର୍ଷରେ ଏହି ବିନିବେଶରୁ 32,000 କୋଟି ଟଙ୍କା ଯୋଗାଡ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ନୀଳାଚଳ ଇସ୍ପାତର ନିଜସ୍ବ ଖଣି ଥିବା ବେଳେ କାରଖାନାକୁ ବିନିବେଶ ଅର୍ଥରୁ ଆବଶ୍ୟକ ଅର୍ଥ ଯୋଗାଇ ଦେଇ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି କାରଖାନାର ଶ୍ରମିକ, କର୍ମଚାରୀ ଓ ଠିକାଦାର । ସେପଟେ ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମଧ୍ୟ କାରଖାନାର ପୁନରୁଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

କେବଳ କଳିଙ୍ଗନଗରର ନୀଳାଚଳ ଇସ୍ପାତ କାରଖାନା ନୁହେଁ, ଇତିମଧ୍ୟରେ ଏୟାର ଇଣ୍ଡିଆ, ବିପିସିଏଲ, ପବନ ହଂସ, ବିଇଏମଏଲ ଓ ସିପିଂକ୍ରପର ଘରୋଇକରଣ ପ୍ରକ୍ରିୟା ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏଭଳି ସ୍ଥିତିରେ ନୀଳାଚଳ ଇସ୍ପାତର ଶ୍ରମିକ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ କିଭଳି ନିର୍ଦ୍ଧାରିତ ହେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.