ETV Bharat / state

ବିଚକ୍ଷଣ ଜନ୍ମେଜୟ: 24 ଘଣ୍ଟାରେ 2000ରୁ ଊର୍ଦ୍ଧ୍ବ ଇଂରାଜୀ ଶବ୍ଦ ଲେଖି ଇଣ୍ଡିଆ ବୁକ ରେକର୍ଡରେ ପାଇଲେ ସ୍ଥାନ

author img

By

Published : Aug 3, 2022, 1:51 PM IST

କଅଁଳ ବୟସରେ ବଡ ରେକର୍ଡ । ଠିକ୍‌ ଭାବେ କଥା କହିପାରୁ ନ ଥିଲେ ବି ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ହାତେଇଛନ୍ତି ବଡ ସଫଳତା । ଇଣ୍ତିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଯାଜପୁର ବ୍ୟାସନଗର ଅଞ୍ଚଳର ଜନ୍ମେଜୟ ମହାନ୍ତି । ଦେଖନ୍ତୁ ଆମର ଏହି ରିପୋର୍ଟ ।

ଇଣ୍ତିଆ ବୁକ ଅଫ୍ ରେକର୍ଡରେ ଯାଜପୁରର କୁନିପୁଅ ଜନ୍ମେଜୟ: 24ଘଣ୍ଟାରେ 2ହଜାରରୁ ଉର୍ଦ୍ଧ୍ବ ଇଂରାଜୀ ଶବ୍ଦ ପାରୁଛନ୍ତି ଲେଖି

ଯାଜପୁର: କୁନି ପୁଅର କମାଲ । ବୟସ ମାତ୍ର ପାଞ୍ଚ । ହେଲେ ପ୍ରଖର ରହିଛି ସ୍ମରଣ ଶକ୍ତି । ସ୍କୁଲରେ ପାଦ ରଖିନି ସିନା ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ହଁ ଆଜ୍ଞା କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଏହା ସତ । ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳର କୁନି ପୁଅ ଜନ୍ମେଜୟ ମହାନ୍ତିଙ୍କ କଥା । ଯିଏକି ମାତ୍ର 5 ବର୍ଷରେ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ।

24 ଘଣ୍ଟାରେ ଲେଖିଲେ 2 ହଜାରରୁ ଊର୍ଦ୍ଧ୍ବ ଇଂରାଜୀ ଶବ୍ଦ

ମାତ୍ର 24ଘଣ୍ଟା ମଧ୍ୟରେ ନିର୍ଭୁଲ ଭାବେ 2 ହଜାରରୁ ଉର୍ଦ୍ଧ୍ବ ଇଂରାଜୀ ଶବ୍ଦ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ସେ । ବିସ୍ମୟ ବାଳକର ପ୍ରଖର ସ୍ମୃତି ଶକ୍ତି ଯୋଗୁଁ ପିଲାଟି ଏବେ ଚର୍ଚ୍ଚାକୁ ଆସିଛି । ବ୍ୟାସନଗର ଅଞ୍ଚଳର ଧନଞ୍ଜୟ ମହାନ୍ତି ଓ ଲୋପାମୁଦ୍ରା ମହାନ୍ତିଙ୍କ ସାନ ପୁଅ ଜନ୍ମେଜୟ । ପାଟିରୁ ଠିକସେ କଥା ବାହାରୁ ନଥିଲେ ମଧ୍ୟ କଅଁଳ ବୟସରେ କରିଛନ୍ତି ବଡ ରେକର୍ଡ । କୁନି ପୁଅର ଏଭଳି ସଫଳତା ଦେଖି ବେଶ ଆନନ୍ଦିତ ପରିବାର ଲୋକେ ।

ଜନ୍ମେଜୟଙ୍କ ବାପା ଧନଞ୍ଜୟ ମହାନ୍ତି ଦଶରଥପୁର ଅଞ୍ଚଳର ହୋଇଥିଲେ ହେଁ ବ୍ୟାସନଗରରେ ରହି କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନଲେଶ୍ କାରଖାନାରେ କ୍ବାଲିଟି କଣ୍ଟ୍ରୋଲ ବିଭାଗରେ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ମା ଲୋପାମୁଦ୍ରା ମହାନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇଥିଲେ ହେଁ ସେ ହେଉଛନ୍ତି ଜଣେ ଗୃହିଣୀ । ତେବେ ସ୍କୁଲ ମାଟି ମାଡି ନ ଥିଲେ ବି ଇଂରାଜୀ ଲିଖନ ଓ ପଠନରେ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ବିଚାରକମଣ୍ଡଳୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ଜନ୍ମେଜୟ । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ କାହିଁକି ପୁରା ଜିଲ୍ଲାବାସୀ ବେଶ ଗର୍ବିତ ।

3 ବର୍ଷ ଯାଏଁ କଥା କହିପାରୁନଥିଲେ ଜନ୍ମେଜୟ

ଜନ୍ମେଜୟ ମାଆଙ୍କ କହିବା ଅନୁସାରେ, ‘ ଜନ୍ମେଜୟ 3ବର୍ଷ ଯାଏ କଥା କହିପାରୁନଥିଲେ । ସେଥିପାଇଁ ପରିବାର ଲୋକେ ଚିନ୍ତିତ ଥିଲେ । ମାତ୍ର ଏହାପରେ ସେ ପାଟି ଖୋଲିବା ପରଠାରୁ ହିଁ ପୁଅ ଭିତରେ ଥିବା ପ୍ରତିଭାକୁ ଜାଣିବାକୁ ପାଇଥିଲେ ମା’ ଲୋପାମୁଦ୍ରା’ । ତେବେ ଜନ୍ମେଜୟର ସଫଳତା ପଛରେ ତାଙ୍କ ମାଆଙ୍କର ହିଁ ହାତ ରହିଛି । ଲୋପାମୁଦ୍ରା ଜଣେ ଉଚ୍ଚଶିକ୍ଷିତା ମହିଳା । ବିଜ୍ଞାନରେ ସ୍ନାତକ । ବାପା ସବୁବେଳେ କାରଖାନା ଚାକିରି କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ।

ହେଲେ ମା’ ଲୋପାମୁଦ୍ରାଙ୍କର ପ୍ରେରଣା ଓ ଉଚିତ ଶିକ୍ଷାଦାନ ଯୋଗୁଁ ଜନ୍ମେଜୟ ଆଜି ଏଭଳି ସଫଳତା ଅର୍ଜନ କରିପାରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ପାଇଁ ଗତ ଜୁଲାଇ 25ତାରିଖରେ ଜୁରୀମାନଙ୍କର ସମ୍ମୁଖୀନ ହୋଇଥିଲେ ଜନ୍ମେଜୟ । ଯେଉଁଥିରେ ସେ ରେକର୍ଡ ସୃଷ୍ଟିକରି ଏଭଳି ସଫଳତା ଅର୍ଜନ କରିଥିଲେ । ତେବେ ତାଙ୍କର ଏହି ଅନନ୍ୟ କୃତିତ୍ବ ପାଇଁ ଏବେ ତାଙ୍କ ପରିବାର ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପ୍ରତିଭା ଦ୍ବାରା ଆଗାମୀ ଭବିଷ୍ୟତରେ ଜନ୍ମେଜୟ ଏକ ଉଜ୍ଜ୍ବଳ ତାରକା ହୋଇ ରାଜ୍ୟ ତଥା ଦେଶର ନାଁ ରଖିବ ବୋଲି ସମସ୍ତେ ବେଶ ଆଶାବାଦୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.