ETV Bharat / state

ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ - ଯାଜପୁରରେ ଗୋଷ୍ଠୀ ସଂଘର୍ଷ

ଯାଜପୁର ଜିଲ୍ଲା ଯଖପୁରା ଥାନା ଯଖପୁରା ଗ୍ରାମ ନିକଟରେ ଚାଲିଥିବା ଏକ ଘରୋଇ କମ୍ପାନୀର ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ
ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ
author img

By

Published : Jun 29, 2022, 1:09 PM IST

ଯାଜପୁର: ଜିଲ୍ଲା ଯଖପୁରା ଥାନା ଯଖପୁରା ଗ୍ରାମ ନିକଟରେ ଚାଲିଥିବା ଏକ ଘରୋଇ କମ୍ପାନୀର ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ସ୍ଥାନୀୟ ଦାନଗଦି ଓ ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ସମ୍ପୃକ୍ତି ଥିବା ଦର୍ଶାଇ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଥାନାରେ ଏତଲା ହୋଇଥିବା ବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ୬ରୁ ଅଧିକ ଏତଲା ଦିଆଯାଇଛି । ଅଭିଯୋଗ ପାଇ ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।

ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ

ସୂଚନା ମୁତାବକ, କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଗ୍ରାମ ନିକଟରେ DRCL (DRC Logistics) ନାମକ ଏକ ଘରୋଇ ସଂସ୍ଥାର ଷ୍ଟକ୍ ୟାର୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଯାହାର ନିର୍ମାଣ କାର୍ଯ୍ୟ ସ୍ଥାନୀୟ ମମିତା ଏଣ୍ଟରପ୍ରାଇଜଜସ୍ ନାମକ ଏକ ଠିକା ସଂସ୍ଥା ହାତକୁ ନେଇଛି । ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସମୟରେ ସ୍ଥାନୀୟ ଯଖପୁରା ସରପଞ୍ଚ ଅରୁଣଜ୍ୟୋତି ସାମଲ ଓ ତାଙ୍କର କିଛି ସମର୍ଥକ ସେଠାରେ ପହଞ୍ଚି କାମ ବନ୍ଦ କରିବା ସହ ଗଣ୍ଡଗୋଳ କରିଥିଲେ । ଏହାକୁ କେନ୍ଦ୍ରକରି ଠିକାଦାର ଗୋଷ୍ଠୀ ଓ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି ।

ସରପଞ୍ଚ ଚାନ୍ଦା ମାଗିଥିଲେ, ତାଙ୍କୁ ଚାନ୍ଦା ନ ଦେବାରୁ ସେ ଏଭଳି ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଠିକା ସଂସ୍ଥା ପକ୍ଷରୁ ସରପଞ୍ଚଙ୍କ ନାମରେ ଥାନାରେ ଏକାଧିକ ଏତଲା ଦିଆଯାଇଛି । ସେପଟେ ବେଆଇନ ମହରମ କାରବାର ହେଉଥିବା ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଏନେଇ ପଚାରିବାକୁ ସରପଞ୍ଚ ସେଠାକୁ ଯାଇଥିଲେ । ଏହି ସମୟରେ ଠିକାଦାର ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରିଥିବା ସରପଞ୍ଚ ପାଲଟା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ 6ରୁ ଊର୍ଦ୍ଧ୍ବ ଏତଲା ଦାଏର କରାଯାଇଛି । ଅଭିଯୋଗ ପାଇ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.