ETV Bharat / state

ଗାଡି ଭିତରୁ ୫ ଫୁଟର ନାଗସାପ ଉଦ୍ଧାର - ନାଗସାପ ଉଦ୍ଧାର ଯାଜପୁର

ଯାଜପୁରର ଜଣେ ଡାକ୍ତରଙ୍କ ବୁଲେଟ ଗାଡି ମଧ୍ୟରୁ 5 ଫୁଟର ନାଗସାପ ଉଦ୍ଧାର । ଉଦ୍ଧାର ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପଟିକୁ ଜଙ୍ଗଲରେ ଛାଡି ଦେଇଥିବା ସୂଚନା । ଅଧିକ ପଢନ୍ତୁ...

ଗାଡି ଭିତରେ ୫ ଫୁଟର ନାଗସାପ ଉଦ୍ଧାର
ଗାଡି ଭିତରେ ୫ ଫୁଟର ନାଗସାପ ଉଦ୍ଧାର
author img

By

Published : May 21, 2021, 1:05 PM IST

ଯାଜପୁର: ବୁଲେଟ ଗାଡି ଭିତରୁ ୫ ଫୁଟର ନାଗସାପ ଉଦ୍ଧାର । ବ୍ୟାସନଗର ଧବଳଗିରି ସ୍ଥିତ ଡାକ୍ତର ଦେବାଶିଷଙ୍କ ସାହୁଙ୍କ ଗାଡି ମଧ୍ୟରୁ ନାଗସାପ ବାହାରିଛି ।

ଗାଡି ଭିତରେ ୫ ଫୁଟର ନାଗସାପ ଉଦ୍ଧାର

ଡାକ୍ତର ଦେବାଶିଷ କୌଣସି ଏକ କାମରେ କିଛିଦିନ ବାହାରକୁ ଯାଇଥିଲେ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଘରକୁ ଆସିଥିଲେ । ଘର ଭିତରକୁ ଗଲାବେଳେକୁ ତାଙ୍କ ବୁଲେଟ ଗାଡ଼ିରେ ଗୋଟେ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ । ସାପକୁ ବାହାର କରିବାକୁ ସ୍ଥାନୀୟ ପଡ଼ୋଶୀଙ୍କୁ ଡାକିଥିଲେ । ପଡ଼ୋଶୀ ସାପକୁ ଧରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଧରି ପାରିନଥିଲେ । ଶେଷରେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ସାପ ଧରିବାକୁ ଡାକିଥିଲେ । ମଣିଭଦ୍ର ସାପଟିକୁ ଧରିବା ପାଇଁ ଦୀର୍ଘ ସମୟ ଲାଗିଥିଲା । ଶେଷରେ ସାପଟିକୁ ମଣିଭଦ୍ର କାବୁ କରିବାରେ ସଫଳ ହୋଇଥିଲେ । ତେବେ ସାପଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଉଦ୍ଧାର ହୋଇଥିବା ସାପର ଲମ୍ବ 5 ଫୁଟ ହେବ । ସାପଟିକୁ ଜଙ୍ଗଲରେ ଛାଡିଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.