ETV Bharat / state

ଯାଜପୁରରେ ଅଘଟଣ: ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଲାଗିଲା ନିଆଁ, ୫ ଆହତ - gas cylinder leak in jajpur

ରୋଷେଇ ପ୍ରସ୍ତୁତି ଚାଲିଥିବାବେଳେ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁ ହୋଇଛି ଅଗ୍ନିକାଣ୍ଡ । ଏଥିରେ 5 ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ

5 critical due to gas cylinder leak
ଗ୍ୟାସ ସିଲିଣ୍ଡର ଲିକ୍ ହୋଇ 5 ଆହତ
author img

By ETV Bharat Odisha Team

Published : Oct 2, 2023, 5:05 PM IST

ଗ୍ୟାସ ସିଲିଣ୍ଡର ଲିକ୍ ହୋଇ 5 ଆହତ

ଯାଜପୁର: ବଡ଼ବିରୁହାଁ ଗାଁରେ ବଡ ଧରଣର ଅଘଟଣ । ଘରେ ରୋଷେଇ ପ୍ରସ୍ତୁତି ଚାଲିଥିବାବେଳେ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁ ହୋଇଛି ଅଗ୍ନିକାଣ୍ଡ । ଫଳରେ ଅଗ୍ନିକାଣ୍ଡରେ 2 ଜଣ ଗୁରୁତର ହୋଇଛନ୍ତି । ଉଭୟ ସମ୍ପର୍କରେ ଶାଶୁ ବୋହୂ ହୋଇଥିବା ଜଣାପଡିଛି । ତେବେ ୨ ଜଣଙ୍କ ଦେହରେ ନିଆଁ ଲାଗିବାରୁ ସେମାନେ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ 3 ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ମହିଳା 2 ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସମୟରେ ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁର କମଳାକାନ୍ତ ସ୍ୱାଇଁଙ୍କ ଘରେ ଏଭଳି ଅଘଟଣ ଘଟିଛି । ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ସିଲିଣ୍ଡର ଦେଇ ଯିବା ପରେ ସେଥିରେ ରେଗୁଲେଟର ଲଗାଇବା ସମୟରେ ଏହି ଅଘଟଣ ଘଟିଥିଲା । ଏଥିରେ କମଳାକାନ୍ତ ନିଜେ ଆହତ ହୋଇଥିବାବେଳେ ତାଙ୍କ ପତ୍ନୀ ସରିତା ସ୍ବାଇଁ ଓ ବୋହୂ ମଧୁସ୍ମିତା ସ୍ବାଇଁ ଗୁରୁତର ଅଛନ୍ତି। ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ନିଆଁ ବ୍ୟାପି ଯିବାରୁ କମଳାକାନ୍ତଙ୍କ ପତ୍ନୀ ଓ ମା' ଗୁରୁତର ହୋଇଥିବାବେଳେ ସେ ମଧ୍ୟ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ

ଖାଲି ସେତିକି ନୁହେଁ, ସେମାନଙ୍କୁ ରକ୍ଷା କରିବାକୁ ଯାଇ ଦୁଇ ଜଣ ପଡୋଶୀ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଯାଜପୁର ରୋଡ ସିଏଚସିକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ 2 ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଗ୍ୟାସ ଲିକ୍ ଯୋଗୁ ଅନେକ ସ୍ଥାନରୁ ବାରମ୍ବାର ଏଭଳି ଅଘଟଣ ସାମନାକୁ ଆସୁଛି । ତେଣୁ ଗ୍ୟାସ ବ୍ୟବହାର ସମୟରେ ସଚେତନତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି।

ଏହା ବି ପଢନ୍ତୁ...ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

ତେବେ ଏକ ସପ୍ତାହ ତଳେ କଟକ ଚୌଧୁରୀ ବଜାର ସ୍ଥିତ ଶୋ'ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥଲା । ଶାଢୀ ଦୋକାନରେ ନିଆଁ ଲାଗିବାରୁ ବ୍ୟାପକ କ୍ଷତି ହୋଇଥିଲା । ସେପଟେ ଯାଜପୁର ବଡ଼ବିରୁହାଁ ଗାଁରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗ୍ୟାସ ସିଲିଣ୍ଡରରେ କୌଣସି ତ୍ରୁଟି ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.