ETV Bharat / state

ସାହାରା ଅପେକ୍ଷାରେ ବେସାହାରା 4 ଭାଇଭଉଣୀଙ୍କ ସହ ବୁଢୀ ମା’ - ଯାଜପୁର ଦଶରଥପୁର ବ୍ଲକ

ମା’ ଚାଲିଗଲା ଆରପାରିକୁ। ବାପା ଏବେ ଜେଲରେ। ବାପା ମା’ ଚାଲିଯିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ୪ ଭାଇ ଭଉଣୀ ସମେତ 90 ବର୍ଷିୟ ବୁଢୀମା। ପଢନ୍ତୁ ଏକ ଦୁଃଖଦ ଘଟଣା...

PHOTO
ସାହାରା ଅପେକ୍ଷାରେ
author img

By

Published : Dec 3, 2019, 11:55 PM IST

ଯାଜପୁର: ପ୍ରଥମେ ମା ଚାଲିଗଲା ଆରପାରିକୁ, ବାପାକୁ ବାନ୍ଧି ନେଇଗଲା ପୁଲିସ । ଏବେ ପରିଣତ ବୟସରେ ପହଞ୍ଚିଥିବା ଜେଜେ ମା’ଙ୍କ କୋଳରେ ୪ ନାତି ନାତୁଣୀ। ଆମେ କହୁଛୁ ଯାଜପୁର ଦଶରଥପୁର ବ୍ଲକ ଗୋପକୂଳ ଗାଁର ଦଶରଥ ଜେନାଙ୍କ ପରିବାର କଥା। ଏଭଳି ସ୍ଥିତିରେ ୯ ମାସରୁ ୧୬ ବର୍ଷ ମଧ୍ୟରେ ଥିବା ଏହି ୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା। ସାହି ପଡିଶାଙ୍କ ହାତ ଟେକାରେ ବିତୁଛି ଜୀବନ। ମା ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ବେଳେ ବାପା ଦଶରଥଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଏହି ୪ ଶିଶୁ।

ମା’ ଚାଲିଗଲା ଆରପାରିକୁ। ବାପା ଏବେ ଜେଲରେ । ବାପା ମା ଚାଲିଯିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ଏହି ୪ ଶିଶୁ । ଦଶରଥପୁର ଗୋପକୂଳ ଗାଁର ଦଶରଥ ଜେନାଙ୍କ ଏହି ୪ ଶିଶୁ ଏବେ ବେସାହାରା । ଦଶରଥଙ୍କ ପ୍ରଥମ ସ୍ତ୍ରୀ ୮ ବର୍ଷ ତଳେ କ୍ୟାନ୍ସର ରୋଗରେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳକୁ ଦୁଇ ଯାଆଁଳା ଝିଅ ଗଂଗୋତ୍ରୀ ଏବଂ ଗାୟତ୍ରୀ ୮ ବର୍ଷର ହୋଇଥିଲେ । ଉଭୟଙ୍କ ଯତ୍ନ ନେବା ପାଇଁ ଦଶରଥ ଦ୍ବିତୀୟ ବିବାହ କରିଥିଲେ । ନିକଟରେ କୌଣସି ଏକ ଅଜଣା ରୋଗରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏ ନେଇ ଦ୍ବିତୀୟ ପତ୍ନୀଙ୍କ ପରିବାର ଲୋକେ ଦଶରଥଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ଏହା ପରଠୁ ୪ ଜଣ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ବିପଦରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବୁଢି ମା କୁ ଭଲ ଭାବେ ଦେଖାଯାଉନାହିଁ । ଯିଏ ନିଜେ ଚାଲିବା ଓ କଥା କହିବା ଅସମ୍ଭବ ସିଏ କେମିତି ବା ୪ ଜଣ ଶିଶୁଙ୍କ ଯତ୍ନ ନେବ ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ? ଘର ଚଳିବା ପାଇଁ କେବଳ ବୁଢୀ ମା ଭତ୍ତା ହିଁ ଏକମାତ୍ର ସମ୍ଭଳ । ଦଶରଥଙ୍କ ଦ୍ବିତୀୟ ପତ୍ନୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ପ୍ରାଣ ହରାଇଥିବା ନେଇ ଗ୍ରାମବାସୀ କହିଥିବା ବେଳେ କିଭଳି ମଙ୍ଗଳପୁର ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରି ଦଶରଥକୁ ଗିରଫ କରି କୋର୍ଟ ଚାଲାଣ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏନେଇ ଆମେ ଯାଜପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଏ ନେଇ ତଦନ୍ତ କରାଯାଇ ଆଇନ ଅନୁଯାୟୀ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ୪ ଜଣ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଶାସନ ସହଯୋଗର ହାତ ବଢାଇବା ସହିତ ଦଶରଥ ଗିରଫ ହୋଇଥିବା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:
                                                      
ସ୍ଥାନ: ଯାଜପୁର                                                               ଭିଜୁଆଲ:ଅରଫାନ୍ ଚାଇଲିଡ୍
ତାରିଖ:୦୨.୧୨.୨୦୧୯
କ୍ୟାମେରା/ରିପୋର୍ଟ: ଜ୍ଞାନରଞ୍ଜନ ଓଝା
ପଂର୍ମାଟ୍: ପ୍ୟାକେଜ୍
ସ୍ଲଗ : ସାହାରା ଅପେକ୍ଷାରେ ବେସାହାରା ଶିଶୁ
ଆଙ୍କର
ପ୍ରଥମେ ମା ଚାଲିଗଲା ଆରପାରିକୁ,ବାପାକୁ ବାନ୍ଧି ନେଇଗଲା ପୁଲିସ । ଏବେ ପରିଣତ ବୟସରେ ପହଂଚିଥିବା ଜେଜେ ମା ଙ୍କ କୋଳରେ ୪ ନାତି ନାତୁଣୀ । ହଁ ଆମେ କହୁଛୁ ଯାଜପୁର ଦଶରଥପୁର ବ୍ଲକ ଗୋପକୂଳ ଗାଁର ଦଶରଥ ଯେନାଙ୍କ ପରିବାର କଥା । ଏଭଳି ସ୍ଥିତିରେ ୯ମାସରୁ ୧୬ ବର୍ଷ ମଧ୍ୟରେ ଥିବା ଏହି ୪ ଶିଶୁଙ୍କ ଭବିଷ୍ୟତ କୁ ନେଇ ଚିନ୍ତାରେ ଦିନକାଟୁଛନ୍ତି ଜେଜେମା । ସାହି ପଡିଶାଙ୍କ ହାତ ଟେକାରେ ବିତୁଛି ଜୀବନ । ମା ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ବେଳେ ବାପା ଦଶରଥଙ୍କ ପେଂରିବା ବାଟକୁ ଚାହିଁ ବସିଛନ୍ତି ଏହି ୪ ଶିଶୁ । ଦେଖନ୍ତୁ ଈଟିଭି ଭାରତର ବିଶେଷ ରିପୋର୍ଟ

Body:
ଭିଓ୧
ମା ଚାଲିଗଲା ଆରପାରିକୁ । ବାପା ଏବେ ଜେଲରେ । ବାପା ମା ଚାଲିଯିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ଏହି ୪ ଶିଶୁ । ଦଶରଥପୁର ଗୋପକୂଳ ଗାଁର ଦଶରଥ ଯେନାଙ୍କ ଏହି ୪ ଶିଶୁ ଏବେ ବେସାହାରା । ଦଶରଥଙ୍କ ପ୍ରଥମ ସ୍ତ୍ରୀ ୮ ବର୍ଷ ତଳେ କ୍ୟାନ୍ସର ରୋଗରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ବେଳକୁ ଦୁଇ ଯାଆଁଳା ଝିଅ ଗଂଗୋତ୍ରି ଏବଂ ଗାୟତ୍ରୀ ୮ ବର୍ଷର ହୋଇଥିଲେ । ଉଭୟଙ୍କ ଯତ୍ନ ନେବା ପାଇଁ ଦଶରଥ ଦ୍ୱିତୀୟ ବିବାହ କରିଥିଲେ । ନିକଟରେ କୌଣସି ଏକ ଅଜଣା ରୋଗରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏ ନେଇ ଦ୍ୱିତୀୟ ପତ୍ନିଙ୍କ ପରିବାର ଲୋକେ ଦଶରଥଙ୍କ ବିରୋଧରେ ଥାନା ଅଭିଯୋଗ କରିବା ପରେ ପୋଲିସ ଗିରପଂ କରି ଜେଲ ହାଜତକୁ ପଠାଇ ଦେଇଛି । ଏହା ପରଠାରୁ ୪ ଜଣ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ କଳା ବାଦଲ ଘୋଟିଯାଇଛି ।
ବାଇଟ୍:(୧)ଜେଲ ଯାଇଥିବା ଦଶରଥଙ୍କ ମା
(୨)ଗାୟତ୍ରୀ ଯେନା,ଝିଅ
(୩):ମଧୁସୂଦନ ଦାସ,ପଡୋଶୀ

ଭିଓ୨
ବୁଢ଼ି ମା କୁ ଭଲ ଭାବେ ଦେଖାଯାଉନାହିଁ । ଯିଏ ନିଜେ ଚାଲିବା ଓ କଥା କହିବା ଅସମ୍ଭବ ସିଏ କେମିତି ବା ୪ ଜଣ ଶିଶୁଙ୍କ ଯତ୍ନ ନେବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ? ଘର ଚଳିବା ପାଇଁ କେବଳ ବୁଢ଼ି ମା ଭତ୍ତା ହିଁ ଏକମାତ୍ର ସମ୍ଭଳ । ଦଶରଥଙ୍କ ଦ୍ୱିତୀୟ ପତ୍ନି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଥିବା ବେଳେ କିଭଳି ମଂଗଳପୁର ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରି ଦଶରଥକୁ ଗିରପଂ କରି କୋର୍ଟ ଚାଲାଣ କଲା ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ନେଇ ଆମେ ଯାଜପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗା ଯୋଗ କରିବା ରେ ଏ ନେଇ ତଦନ୍ତ କରାଯାଇ ଆଇନ ଅନୁଯାୟୀ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ବାଇଟ୍(୪)ଲକ୍ଷ୍ମୀଧର ସାହୁ, ସରପଞ୍ଚଙ୍କ ସ୍ଵାମୀ
:ନିରଂଜନ କର,ଜିଲା ଶିଶୁ ସୁରକ୍ଷା ଅଧିକାରୀ,ଯାଜପୁର

Conclusion:
ପାଂଭିଓ
ଏହି ୪ ଜଣ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇବା ସହିତ ଦଶରଥ ଗିରପଂ ହୋଇଥିବା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବୀ ହୋଇଛି ।
Ptc....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.